GBS death Photograph: (kanakNews)
କନକ ବ୍ୟୁରୋ: ପୁଣେରେ ଚିନ୍ତା ବଢାଇଲାଣି ଗୁଇଲେନ-ବାରେ ସିଣ୍ଡ୍ରୋମ । ପୁଣେରେ ପାଖାପାଖି ୧୦୦ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୬ଜଣ ଭେଣ୍ଟିଲେଟରରେ ଥିବା ବେଳେ ବାକି ରୋଗୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, । ଠିକ୍ ସମୟରେ ଚିକିତ୍ସା କରାଗଲେ ରୋଗୀଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଲାଗିଥାଏ, କିନ୍ତୁ ସେମାନଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ଡାକ୍ତର କହିଛନ୍ତି। ତେବେ ବିଶେଷଜ୍ଞଙ୍କ ମତରେ ଅପରିଷ୍କାର ଓ ଦୂଷିତ ପାଣି ମଧ୍ୟ ଏହି ରୋଗ ବ୍ୟାପିବାର ଏକ ପ୍ରମୁଖ କାରଣ ହୋଇପାରେ। ତେଣୁ ପୁଣେରେ ରହୁଥିବା ଲୋକଙ୍କୁ ଖାଇବା ପିଇବା କ୍ଷେତ୍ରରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି
ପୁଣେରେ ପ୍ରାଣନେଉଛି ‘ଜିବିଏସ’
ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ
ରୋଗୀଙ୍କ ବୟସ ପିଲାଙ୍କ ଠାରୁ ଆରମ୍ଭ କରି ୮୦ ବର୍ଷ ରହିଛି
୧୨ ଜଣ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି
ଗୁଇଲେନ୍-ବାରେ ସିଣ୍ଡ୍ରୋମ ଏକ ବିରଳ ସ୍ନାୟୁବିକ ରୋଗ
ସଂକ୍ରମଣ ମୁଖ୍ୟତଃ କାମ୍ପିଲୋବାକ୍ଟର ଜେଜୁନି ନାମକ ଏକ ବ୍ୟାକ୍ଟେରିଆ ଦ୍ୱାରା ହୋଇଥାଏ
ଯାହା ପେଟ ସଂକ୍ରମଣ ସମୟରେ ଶରୀରରେ ପ୍ରବେଶ କରିଥାଏ
ଏହି ରୋଗ ଶରୀରର ହାତ ଓ ଗୋଡ଼ରେ ଦୁର୍ବଳତା, ଏବଂ ଏପରିକି ପକ୍ଷାଘାତ ର କାରଣ ହୋଇପାରେ
କ୍ୟାମ୍ପିଲୋବାକ୍ଟର ଜୀବାଣୁ ସାଧାରଣତଃ ସଂକ୍ରମିତ ମାଂସ, ବିଶେଷକରି ଚିକେନ୍ ଏବଂ ମଟନ୍ ରେ ଦେଖାଯାଏ
ଅଧିକାଂଶ ସମୟରେ ଅଳ୍ପ ରନ୍ଧା ମାଂସ, କ୍ଷୀର କିମ୍ବା ସଂକ୍ରମିତ ପାଣି ସଂସ୍ପର୍ଶରେ ଆସିବା ଦ୍ୱାରା ଏହାର ସଂକ୍ରମଣ ବ୍ୟାପିଥାଏ
ଏହି ଜୀବାଣୁ ପେଟ ଯନ୍ତ୍ରଣା, ଝାଡ଼ା, ବାନ୍ତି ଭଳି ଲକ୍ଷଣ ସୃଷ୍ଟି କରିଥାଏ
ଯାହା ପରେ ଜିବିଏସ୍ ଆରମ୍ଭ ହୋଇଥାଏ।
ଏହି ରୋଗ ଗମ୍ଭୀର ହୋଇପାରେ, କିନ୍ତୁ ଯଦି ଶୀଘ୍ର ଚିକିତ୍ସା କରାଯାଏ, ତେବେ ୯୫ ପ୍ରତିଶତ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ
Follow Us