କନକ ବ୍ୟୁରୋ:                 ପ୍ରତି ଝିଅଙ୍କ ବାପା, ମାଆଙ୍କ ପାଇଁ ବଢ଼ିଆ ଯୋଜନା
                                 ୧୮ ହଜାର ଜମା କରିବେ ୮ ଲକ୍ଷ ପାଇବେ

ସରକାରଙ୍କ ଲୋକପ୍ରିୟ ତଥା ଲାଭଦାୟକ ଯୋଜନା ଭିତରୁ ଗୋଟିଏ ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା  ବା (SSY) । ଖାସ୍ କରି ଝିଅଙ୍କ ସୁରକ୍ଷିତ ଭବିଷ୍ୟତକୁ ସୁନିଶ୍ଚିତ କରିବାକୁ ଏହି ଯୋଜନା । ଏଥିରେ କମ୍ ପରିମାଣର ନିବେଶ ଆପଣଙ୍କୁ ଲଙ୍ଗ ଟର୍ମରେ ଲାଭ ହିଁ ଲାଭ ଦେବ । ଯଦି ଝିଅ ନାଁରେ ବର୍ଷକୁ ୧୮ ହଜାର ଜମା ରଖନ୍ତି ମ୍ୟାଚ୍ୟୁରିଟି ସମୟରେ ଆପଣଙ୍କୁ ମିଳିବ ୮ ଲକ୍ଷ ୩୧ ହଜାର ୩୦୯ ଟଙ୍କା ।

Advertisment

ଏହି ଯୋଜନାରେ ସରକାର ଦେଉଛନ୍ତି ବାର୍ଷିକ ସୁଧହାର ୮.୨ ପ୍ରତିଶତ । ସବୁଠାରୁ ସୁବିଧା କଥା ହେଉଛି ଆପଣ ୧୫ ବର୍ଷ ଯାଏଁ ବର୍ଷକୁ ୧୮ ହଜାର ଲେଖାଏଁ ଜମା କରିବେ  ଏବଂ ୨୧ ବର୍ଷରେ ସ୍କିମ୍ ମ୍ୟାଚ୍ୟୁର ହେବ । ଏହାର ଅର୍ଥ ଯଦି ଆପଣ ବର୍ଷକୁ ୧୮ ହଜାର ଜମା କରୁଛନ୍ତି ୧୫ ବର୍ଷରେ ଆପଣଙ୍କ ନିଜସ୍ବ ଜମା ରାଶି ୨ ଲକ୍ଷ ୭୦ ହଜାର ହେବ । କିନ୍ତୁ ୮.୨ ସୁଧ ହିସାବରେ ୨୧ ବର୍ଷରେ ଆପଣଙ୍କୁ ୮  ଲକ୍ଷରୁ ଅଧିକ ଟଙ୍କା ମିଳିବ । ନିବେଶ ସମୟ ସହ ଉଚ୍ଚ ସୁଧ ହାର ଆପଣଙ୍କ ଝିଅକୁ  ସୁରକ୍ଷିତ ଫଣ୍ଡ୍ ଆକାରରେ ମିଳିବ ।

ସବୁ ବାପା, ମାଆଙ୍କର ଇଚ୍ଛା, ତାଙ୍କ ଝିଅର ପଢ଼ା ପାଇଁ ହେଉ ବା  ବାହାଘର ପାଇଁ ହେଉ ପଇସାର ଅଭାବ ନହେଉ । ସୁକନ୍ୟା ସମୃଦ୍ଧି ଯୋଜନା  ଅଭିଭାବକଙ୍କ ଏହି ଚିନ୍ତାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି । ଏଥିରେ ଯାହା ନିବେଶ କରିବେ ତାହା ସମ୍ପୂର୍ଣ୍ଣ ସୁରକ୍ଷିତ । ଆପଣଙ୍କ ଟଙ୍କା ଗ୍ୟାରେଣ୍ଟି ରିଟର୍ଣ୍ଣ ସହ ଆପଣଙ୍କ ପାଖକୁ ଫେରିବ ।  ବିଶେଷ କରି ଏହା ମଧ୍ୟବିତ୍ତ ପରିବାର ପାଇଁ ସବୁଠୁ ଭଲ ସଞ୍ଚୟ ଉପାୟ । ଝିଅ ବଡ଼ ହେବାବେଳକୁ ଏହା ଏକ ମଜବୁତ୍ ଫଣ୍ଡ ପ୍ରସ୍ତୁତ କରିସାରିଥିବ । 

ଏହି ଯୋଜନା ବାବଦରେ ଅଧିକ ଜାଣିବାକୁ ଚାହୁଁଥିଲେ ଆପଣଙ୍କ ନିକଟ ପୋଷ୍ଟ ଅଫିସକୁ ଯାଇ ବୁଝନ୍ତୁ । ବର୍ତ୍ତମାନ ସୁଧ ହାର ଓ ଆବଶ୍ୟକ ନିୟମ ବାବଦରେ ଯାଞ୍ଚ କରନ୍ତୁ ।