କନକ ବ୍ୟୁରୋ : ଐତିହାସିକ ଗଡ଼ଖାଇର ସୁରକ୍ଷା ପାଇଁ ରାଜା ମୁକୁନ୍ଦଦେବ ମାଆ ଗଡ଼ଚଣ୍ଡୀଙ୍କ ମନ୍ଦିର ନିର୍ମାଣ କରିଥିଲେ । ଓଡ଼ିଶାର ଅନ୍ୟତମ ପ୍ରାଚୀନ ଶକ୍ତି ପୀଠ ଭାବେ ପରିଚିତ ଏ ମନ୍ଦିର ଏବେ ଅସୁରକ୍ଷିତ, ଅବହେଳିତ। ସରକାର ଏହାର ବିକାଶ ପାଇଁ କେବେ ଚିନ୍ତା ବି କରିନାହାନ୍ତି। ଏହାକୁ ନେଇ ସ୍ବର ଉଠାଇଲେଣି ବିଭିନ୍ନ ରାଜନୈତିକ ଦଳ ।
କଟକ ବାରବାଟୀ ଦୁର୍ଗ ପରିସରରେ ଅବସ୍ଥିତ ମାଆ ଗଡ଼ଚଣ୍ଡୀ ମନ୍ଦିର। ପ୍ରାୟ ୮ ଶହ ବର୍ଷର ଐତିହ୍ୟ। ଏବେ କିନ୍ତୁ ଅବହେଳିତ ଅବସ୍ଥାରେ। ସରକାର ଅନେକ ପୁରାତନ ମନ୍ଦିରର ସୌନ୍ଦର୍ଯ୍ୟୀକରଣ କରୁଥିବା ବେଳେ ଗଡ଼ଚଣ୍ଡୀ ମନ୍ଦିରକୁ କିନ୍ତୁ ଭୁଲିଯାଇଛନ୍ତି। ଶୀଘ୍ର ମନ୍ଦିରର ଉନ୍ନତୀକରଣ ହେବା ଆବଶ୍ୟକ ବୋଲି ଉଭୟ ବିଜେପି ଓ କଂଗ୍ରେସ ଦାବି କରିଛନ୍ତି ।
ଅଧିକ ପଢ଼ନ୍ତୁ :କୁଷ୍ଠରୋଗୀଙ୍କ ଅସହାୟ କାହାଣୀ ; ଅକର୍ମଣ୍ୟ ଜୀବନ କାଟୁଛନ୍ତି ସନ୍ନ୍ୟାସୀ
ନବରାତ୍ର ବେଳେ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥାଏ। ଅନ୍ୟ ସମୟରେ ମଧ୍ୟ ଏଠାକୁ ଛୁଟିଥାଏ ପର୍ଯ୍ୟଟକଙ୍କ ସୁଅ। ହଜାରେ ବର୍ଷର ସହର କଟକରେ ଯେଉଁ କେତୋଟି ଐତିହାସିକ କୀର୍ତିରାଜି ରହିଛି ସେଥିମଧ୍ୟରୁ ମାଆ ଗଡ଼ଚଣ୍ଡୀଙ୍କ ମନ୍ଦିର ଅନ୍ୟତମ। ମନ୍ଦିରର ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ୧୦ କୋଟି ଟଙ୍କାର ଅନୁଦାନ ଦେବାକୁ ଦାବି କରିବେ ବୋଲି ମେୟର କହିଛନ୍ତି।
କେବେ ସରକାରଙ୍କ ନଜରକୁ ଆସିବ ଏ ଐତିହ୍ୟ ପୀଠ? କେବେ ହେବ ମନ୍ଦିରର ପୁନରୁଦ୍ଧାର? ତାହା ଦେଖିବାର କଥା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/03/1a-2026-02-03-18-48-19.jpg)