କନକ ବ୍ୟୁରୋ: ଏକ ଦେଶ, ଏକ ନିର୍ବାଚନ ନେଇ ଆସିଲା ବଡ଼ ଖବର । ଆସନ୍ତାକାଲି ଲୋକସଭାରେ ଏହି ବିଲକୁ ଆଗତ କରିବେ କେନ୍ଦ୍ର ସରକାର । ମଙ୍ଗଳବାର ଲୋକସଭାରେ ଏକ ଦେଶ, ଏକ ନିର୍ବାଚନ ବିଲ୍ ଆଗତ ହେବ । ଆଇନ୍ ମନ୍ତ୍ରୀ ସମ୍ବିଧାନ ସଂଶୋଧନ ନେଇ ଏହି ବିଧେୟକ ଗୃହରେ ଆଣିବେ । ଯେଉଁଥିରେ କି ଲୋକସଭା ଓ ବିଧାନସଭା ନିର୍ବାଚନକୁ ସାରା ଦେଶରେ ଏକା ସାଙ୍ଗରେ କରିବାର ନିୟମ ରହିଛି ।  ଏହାସହ ଦ୍ୱିତୀୟରେ ଦିଲ୍ଲୀ, ପଣ୍ଡିଚେରୀ ଏବଂ ଜମ୍ମୁକାଶ୍ମୀର ଭଳି କେନ୍ଦ୍ର ଶାସିତ ପ୍ରଦେଶରେ ବିଧାନସଭା ନିର୍ବାଚନକୁ ଏକାଠି କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ବିଜେପି ତରଫରୁ ଲୋକସଭାର ସମସ୍ତ ସାଂସଦଙ୍କୁ ଆସନ୍ତା ଡିସେମ୍ବର 17 ତାରିଖରେ ଗୃହରେ ଉପସ୍ଥିତ ରହିବାକୁ ତିନି ଲାଇନ୍ ବିଶିଷ୍ଟ ହ୍ୱିପ୍ ଜାରି କରାଯାଇଛି ।