ଚିକିଟି ବିଷାକ୍ତ ମଦ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ; ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଗଲା ଜୀବନ

ଚିକିଟି ବିଷାକ୍ତ ମଦ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ; ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଗଲା ଜୀବନ । ମଦ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି , ଏବେ ବି ଆହୁରି ୪ ଚିକିତ୍ସାଧିନ

ld

କନକ ବ୍ୟୁରୋ: ଗଞ୍ଜାମ ଚିକିଟିରେ ବିଷାକ୍ତ ମଦ ମାମଲାରେ ଆଉ ଜଣଙ୍କ ମୃତ୍ୟୁ। ଜେନାପୁର ଗାଁର ଲକ୍ଷ୍ମଣ ବେହେରାଙ୍କ ଜୀବନ ଯାଇଛି। ଏହି ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମଣ ବେହେରାଙ୍କ ମୃତ୍ୟୁ ହୋଇଛି। ଦୀର୍ଘ ଦିନ ଧରି ଆଇସିୟୁରେ ଚିକିତ୍ସିତ ହେଉଥିଲେ ଲକ୍ଷ୍ମଣ। ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ପୂର୍ବରୁ ଜେନାପୁର ଗାଁର ଜୁର ବେହେରା ଓ ଲୋକନାଥ ବେହେରାଙ୍କ ମୃତ୍ୟୁ ହୋଇଥିଲା।

ବିଧାନସଭା ଉଠିଲା ଗଞ୍ଜାମ ଚିକିଟି ମଦ ମୃତ୍ୟୁ ମାମଲା। ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି। କହିଛନ୍ତି, ବିଜେପି ସରକାର ନିଶା ମୁକ୍ତ ଓଡିଶା ଗଠନ କହି ସରକାରକୁ ଆସିଛନ୍ତି। ହେଲେ ଚିକିଟିରେ ବିଷାକ୍ତ ମଦ ପିଇ ଆଉ ଜଣଙ୍କର ଆଜି ମୃତ୍ୟୁ ହୋଇଛି। ତେଣୁ ଅବକାରୀ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ପ୍ରମିଳା ମଲ୍ଲିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe