କନକ ବ୍ୟୁରୋ: ଏସ୍ଆଇ ପରୀକ୍ଷା ଜାଲିଆତି ଘଟଣାରେ ପୁଣି ଜଣଙ୍କୁ ଗିରଫ କରାଯାଇଛି । ବାଲେଶ୍ବରରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଯୁବକ ଜଣକ ରଣସାହି ପଞ୍ଚାୟତର ଚନ୍ଦନ ମଲ୍ଲିକ । ଚନ୍ଦନ ଜଣେ ସମାଜସେବୀ ଭାବରେ ନିଜକୁ ପରିଚୟ ଦେଇ ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ ରଖୁଥିଲେ । ଗତକାଲି ବିଳମ୍ବିତ ରାତ୍ରୀରେ ଚନ୍ଦନଙ୍କୁ ଗିରଫ କରାଯାଇଛି । ଏହାସହ ଗିରଫଦରୀ ସଂଖ୍ୟା ୧୨୦କୁ ବଢ଼ିଛି । ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟରେ ଅଭିଯୁକ୍ତକୁ ଆଜି ହାଜର କରିବ କ୍ରାଇମବ୍ରାଞ୍ଚ ।
ପୁଲିସ ଏସ୍ଆଇ ପରୀକ୍ଷା ମହାଦୁର୍ନୀତିର ଗୁମର ଖୋଲିବା ଆରମ୍ଭ କରିଛି । କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ମିଳିଛି ଏସ୍ଆଇ ପରୀକ୍ଷାର ତଦନ୍ତ ଦାୟିତ୍ୱ । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ସେ ତଦନ୍ତ କରିବେ । ସୁପରଭାଇଜିଂ ଅଫିସର ଭାବେ ରହିବେ କ୍ରାଇମବ୍ରାଞ୍ଚ ଏସ୍ପି ଅନୀଲ ବେଉରିଆ । ଏହି କେଳେଙ୍କାରୀରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ ବଢ଼ିଲାଣି । କେବଳ ସେତିକି ନୁହେଁ, ଯେଉଁ ସବୁ ସଂସ୍ଥାରେ ପୂର୍ବରୁ କଳାଦାଗ ଲାଗିଛି, ପ୍ରଶ୍ନପତ୍ର ପ୍ରସ୍ତୁତି ଓ ପରୀକ୍ଷା ପରିଚାଳନା ପାଇଁ ସେହି ସବୁ ସଂସ୍ଥାକୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।
କ୍ରାଇମ୍ବ୍ରାଞ୍ଚ ଏବେ ଏସବୁ ଦିଗକୁ ନେଇ ତନାଘନା କଲାଣି । ଅନ୍ୟପକ୍ଷରେ ଏହି ଘଟଣାରେ ପୁଲିସ ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ଜଣ ଦଲାଲଙ୍କୁ ଗିରଫ କରିଥିବା ବେଳେ ରାକେଟ୍ ପଛର ମାଷ୍ଟରମାଇଣ୍ଡ ଏବେ ବି ଫେରାର ଅଛନ୍ତି । କ୍ରାଇମ୍ବ୍ରାଞ୍ଚ ଟିମ୍ ସିଲିକନ୍ ଟେକ୍ ଲ୍ୟାବ୍ର ମାଲିକଙ୍କ ସମେତ ୫ରୁ ଅଧିକଙ୍କୁ ମାରାଥନ ଜେରା କରି ଅନେକ ତଥ୍ୟ ହାତେଇଛି । ସେହିପରି ଭୁବନେଶ୍ବର ଓ ବ୍ରହ୍ମପୁରସ୍ଥିତ ପଞ୍ଚସଫ୍ଟ ଏବଂ ଅନ୍ୟ ୩ଟି ଅଫିସରେ ଚଢ଼ଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ଅଫିସ୍କୁ ସିଲ୍ କରିଛି ।
ପୁଲିସ ଏସ୍ଆଇ ପରୀକ୍ଷା ମହାଦୁର୍ନୀତିର ଗୁମର ଖୋଲିବା ଆରମ୍ଭ କରିଛି । କ୍ରାଇମବ୍ରାଞ୍ଚ ଡିଏସ୍ପି ରତ୍ନପ୍ରଭା ଶତପଥୀଙ୍କୁ ମିଳିଲା ଏସଆଇ ପରୀକ୍ଷାର ତଦନ୍ତ ଦାୟିତ୍ୱ । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ସେ ତଦନ୍ତ କରିବେ । ସୁପରଭାଇଜିଂ ଅଫିସର ଭାବେ ରହିଛନ୍ତି କ୍ରାଇମବ୍ରାଞ୍ଚ ଏସ୍ପି ଅନୀଲ ବେଉରିଆ ।