କନକ ବ୍ୟୁରୋ: ଅପରେସନ୍ ସିନ୍ଦୂରକୁ ମାସେ । ମେ’ ମାସ ଠିକ୍ ଆଜି ଦିନରେ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା ଭାରତୀୟ ସେନା । ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ଜବାବ ଦେଇ ଭାରତ କରିଥିଲା ଅପରେସନ୍ ସିନ୍ଦୂର । ଭାରତୀୟ ବାୟୁସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଶିବିରକୁ ନଷ୍ଟ କରିଥିଲେ । ଏହି ଅପରେସନରେ ଭାରତ ,ପାକିସ୍ତାନର ବିମାନ ଓ ମିସାଇଲ ସିଷ୍ଟମକୁ ମଧ୍ୟ କ୍ଷତିଗ୍ରସ୍ତ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟ୍ରାରେ ଏକ ସାଧାରଣ ସଭାରେ କହିଥିଲେ ଯେ ଅପରେସନ୍ ସିନ୍ଦୂର ପାକିସ୍ତାନକୁ କ୍ରମାଗତ ଭାବେ  ଭୟଭୀତ କରିବ । ମୁଖ୍ୟ ପ୍ରତିରକ୍ଷା ଅଧିକାରୀ ବା ସିଡିଏସ୍ ଜେନେରାଲ ଅନିଲ ଚୌହ୍ବାନ କହିଛନ୍ତି , ଏହି ଅପରେସନ୍ ଏବେ ମଧ୍ୟ ଜାରି ରହିଛି ଏବଂ ଏହା ଏକ ଅସ୍ଥାୟୀ ଯୁଦ୍ଧବିରତି ମାତ୍ର ।