ଗୋଟିଏ ମ୍ୟାଚ, ଏକାଧିକ ରେକର୍ଡ: ଇତିହାସ ରଚିଲେ ସୂର୍ଯ୍ୟବଂଶୀ

Advertisment

ଯୁବ ବିଶ୍ବକପ୍‌ ପ୍ଲେ-ଅଫ୍‌ ମ୍ୟାଚ୍‌ରେ ବ୍ୟକ୍ତିଗତ ୧୫୦+ ରନ୍‌ ସ୍କୋର୍‌ ହେବା ଏହା ପ୍ରଥମ ଘଟଣା। ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ର ନିକୋଲାସ ପୂରଣ (୨୦୧୪ କ୍ବାର୍ଟରଫାଇନାଲ୍‌, ଇଂଲଣ୍ଡ) ୧୪୩ ସର୍ବୋଚ୍ଚ ସ୍କୋର୍‌ ଥିଲା।

ଯୁବ ବିଶ୍ବକପ୍‌ ପ୍ଲେ-ଅଫ୍‌ ମ୍ୟାଚ୍‌ରେ ବ୍ୟକ୍ତିଗତ ୧୫୦+ ରନ୍‌ ସ୍କୋର୍‌ ହେବା ଏହା ପ୍ରଥମ ଘଟଣା। ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ର ନିକୋଲାସ ପୂରଣ (୨୦୧୪ କ୍ବାର୍ଟରଫାଇନାଲ୍‌, ଇଂଲଣ୍ଡ) ୧୪୩ ସର୍ବୋଚ୍ଚ ସ୍କୋର୍‌ ଥିଲା।

suryavanshi

suryavanshi Photograph: (Kanak News)

କନକ ବ୍ୟରୋ: ହରାରେରେ ଇଂଲଣ୍ଡ ବିପକ୍ଷ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ଭାରତର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ୧୭୫ ରନ୍‌ର ବିସ୍ଫୋରକ ପାଳି ଖେଳିବା ସହ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି । ଚାଲନ୍ତୁ ନଜର ପକାଇବା ଏହି ରେକର୍ଡ ଉପରେ-

୧୭୫ ରନ୍‌: ଯୁବ ବିଶ୍ବକପ୍‌ ପ୍ଲେ-ଅଫ୍‌ ମ୍ୟାଚ୍‌ରେ ବ୍ୟକ୍ତିଗତ ୧୫୦+ ରନ୍‌ ସ୍କୋର୍‌ ହେବା ଏହା ପ୍ରଥମ ଘଟଣା। ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ର ନିକୋଲାସ ପୂରଣ (୨୦୧୪ କ୍ବାର୍ଟରଫାଇନାଲ୍‌, ଇଂଲଣ୍ଡ) ୧୪୩ ସର୍ବୋଚ୍ଚ ସ୍କୋର୍‌ ଥିଲା। ଫାଇନାଲ୍‌ରେ ଭାରତର ଉନ୍ମୁକ୍ତ ଚାନ୍ଦ (୧୧୧*, ଅଷ୍ଟ୍ରେଲିଆ, ୨୦୧୨) ଶତକ ହାସଲ କରିଥିଲେ। ଯୁବ ଦିନିକିଆରେ ଗୋଟିଏ ପାଳିରେ ଏହା ଦ୍ବିତୀୟ ସର୍ବୋଚ୍ଚ ସ୍କୋର୍‌। ଏହି ରେକର୍ଡ ଭାରତର ଅମ୍ବାତି ରାୟୁଡ଼ି ୧୭୭* (୨୦୦୨, ଇଂଲଣ୍ଡ)ଙ୍କ ନାମରେ ରହିଛି। ଗତ ଡିସେମ୍ବରରେ ୟୁଏଇ ବିପକ୍ଷରେ ସୂର୍ଯ୍ୟବଂଶୀଙ୍କ ୧୭୧ ରନ୍‌ ତୃତୀୟରେ ରହିଛି।

୧୪ ବର୍ଷ ୩୧୬ ଦିନ: ଯୁବ ବିଶ୍ବକପ୍‌ରେ ଶତକ ଅର୍ଜନ କରିବାରେ ସୂର୍ଯ୍ୟବଂଶୀ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡ ପାକିସ୍ତାନର ବାବାର ଆଜମ (୧୫ ବର୍ଷ ୯୨ ଦିନ)ଙ୍କ ନାମରେ ଥିଲା।

୫୫ ବଲ୍‌ରେ ଶତକ: ଏହା ଦ୍ବିତୀୟ ଦ୍ରୁତତମ ଶତକ ହୋଇଛି। ତାଙ୍କ ଆଗରେ ଅଷ୍ଟ୍ରେଲିଆର ୱିଲ୍‌ ମାଲାଜୁକ୍‌ (୫୧ ବଲ୍‌, ଜାପାନ ବିପକ୍ଷ ୨୦୨୬) ରହିଛନ୍ତି।

୨୧୮.୭୫ ଷ୍ଟ୍ରାଇକ୍‌ରେଟ୍‌: ସୂର୍ଯ୍ୟବଂଶୀଙ୍କ ୮୦ ବଲ୍‌ରୁ ୧୭୫ ରନ୍‌ ଗୋଟିଏ ପାଳିରେ ବ୍ୟକ୍ତିଗତ ସର୍ବୋଚ୍ଚ ଷ୍ଟ୍ରାଇକ୍‌ରେଟ୍‌। ତାଙ୍କ ପଛରେ ରହିଛନ୍ତି ୱିଲ୍‌ ମାଲାଜୁକ୍‌ (୧୮୫.୪୫)।

୩୦ ଛକା: ଗୋଟିଏ ଯୁବ ବିଶ୍ବକପ୍‌ ଇତିହାସରେ ବ୍ୟକ୍ତିଗତ ମୋଟ ଛକାରେ ଏହା ସର୍ବାଧିକ। ୧୮ ଛକା ସହ ପୂର୍ବରୁ ଯୁଗ୍ମ ଭାବେ ଆଗରେ ଥିବା ଡେୱାଲ୍ଡ ବ୍ରେଭିସ୍‌ (୨୦୨୨) ଓ ଫିନ୍‌ ଆଲିନ (୨୦୧୬, ୨୦୧୮)ଙ୍କୁ ସୂର୍ଯ୍ୟବଂଶୀ ପଛରେ ପକାଇଛନ୍ତି।

୧୫ ଛକା: ଯୁବ ଦିନିକିଆ ପ୍ରତିଯୋଗିତାର ଗୋଟିଏ ପାଳିରେ ସର୍ବାଧିକ। ପୂର୍ବରୁ ଏହି ରେକର୍ଡ ବି ସୂର୍ଯ୍ୟବଂଶୀ (୧୪ ଛକା, ୟୁଏଇ, ୨୦୨୫ ଡିସେମ୍ବର)ଙ୍କ ନାଁରେ ଥିଲା।

୪୩୯ ରନ୍‌: ଯୁବ ବିଶ୍ବକପ୍‌ର ଗୋଟିଏ ସଂସ୍କରଣରେ ଏହା ଚତୁର୍ଥ ସର୍ବାଧିକ ସ୍କୋର୍‌। ସୂର୍ଯ୍ୟବଂଶୀଙ୍କ ଆଗରେ ଦକ୍ଷିଣ ଆଫ୍ରିକାର ଡେୱାଲ୍ଡ ବ୍ରେଭିସ (୫୦୬, ୨୦୨୨), ଭାରତର ଶିଖର ଧାୱନ (୫୦୫, ୨୦୦୪) ଓ ଅଷ୍ଟ୍ରେଲିଆର ବ୍ରେଟ୍‌ ୱିଲିୟମ୍‌ (୪୭୧, ୧୯୮୮) ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe