କନକ ବ୍ୟୁରୋ :   ଆଉ ୨ ଦିନ ପରେ ମହାଶିବରାତ୍ରି। ଏଥିପାଇଁ ରାଜ୍ୟର ସମସ୍ତ ଶୈବପୀଠରେ ପ୍ରସ୍ତୁତି କରାଯାଉଛି। ଜାଗର ଦିନ ବାଲେଶ୍ବର ଜିଲ୍ଲା ଭୋଗରାଇର ଭୁଷଣ୍ଡେଶ୍ବରଙ୍କ ପୀଠରେ ଜଳିବ ୧ ଲକ୍ଷ ଦୀପ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଜାଗର ପ୍ରସ୍ତୁତି ଉପରେ ସୂଚନା ଦିଆଯାଇଛି ।

Advertisment

ଏହି ଭବ୍ୟ କାର୍ଯ୍ୟକ୍ରମରେ ୫୦ ହଜାରରୁ ଅଧିକ ଭକ୍ତ ସାମିଲ ହେବେ ବୋଲି ଆଶା କରାଯାଉଛି । ଜାଗର ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରିଛି ମନ୍ଦିର ପ୍ରଶାସନ।