ପିରିୟଡ୍ ଯନ୍ତ୍ରଣାକୁ କୁହନ୍ତୁ ଅଲବିଦା ; ଅଦା, ଅଖରୋଟ୍, ଗୁଡ଼ ଚା’ ଦେବ ତୁରନ୍ତ ଆରାମ୍

Advertisment

ମାସର ସେ ଦିନ , ଅନେକଙ୍କ ପାଇଁ ଯନ୍ତ୍ରଣା, ଚିଡ଼ଚିଡ଼ାପଣ ଆଉ ହାଲିଆରେ ଭରିଥିବା ସମୟ । ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ମେଡିସିନ୍ ଖାଇଥାନ୍ତି ,ଯାହାର ସାଇଡ୍ ଇଫେକ୍ଟ୍  ବି ଦେଖାଯାଇପାରେ । ହେଲେ କିଛି ଘରୋଇ ଉପଚାର ବି  ପିରିୟଡ୍ସ ଯନ୍ତ୍ରଣାରୁ ମୁକ୍ତି ଦେଇପାରିବ । ଘରେ ଏଭଳି ମ୍ୟାଜିକାଲ ଚା’ ବନାନ୍ତୁ ଯାହା ମାସିକ ଯନ୍ତ୍ରଣାରୁ ରିଲିଫ୍ ଦେଇପାରିବ।

ମାସର ସେ ଦିନ , ଅନେକଙ୍କ ପାଇଁ ଯନ୍ତ୍ରଣା, ଚିଡ଼ଚିଡ଼ାପଣ ଆଉ ହାଲିଆରେ ଭରିଥିବା ସମୟ । ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ମେଡିସିନ୍ ଖାଇଥାନ୍ତି ,ଯାହାର ସାଇଡ୍ ଇଫେକ୍ଟ୍  ବି ଦେଖାଯାଇପାରେ । ହେଲେ କିଛି ଘରୋଇ ଉପଚାର ବି  ପିରିୟଡ୍ସ ଯନ୍ତ୍ରଣାରୁ ମୁକ୍ତି ଦେଇପାରିବ । ଘରେ ଏଭଳି ମ୍ୟାଜିକାଲ ଚା’ ବନାନ୍ତୁ ଯାହା ମାସିକ ଯନ୍ତ୍ରଣାରୁ ରିଲିଫ୍ ଦେଇପାରିବ।

p

କନକ ବ୍ୟୁରୋ: ମାସର ସେ ଦିନ , ଅନେକଙ୍କ ପାଇଁ ଯନ୍ତ୍ରଣା, ଚିଡ଼ଚିଡ଼ାପଣ ଆଉ ହାଲିଆରେ ଭରିଥିବା ସମୟ । ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ମେଡିସିନ୍ ଖାଇଥାନ୍ତି ,ଯାହାର ସାଇଡ୍ ଇଫେକ୍ଟ୍  ବି ଦେଖାଯାଇପାରେ । ହେଲେ କିଛି ଘରୋଇ ଉପଚାର ବି  ପିରିୟଡ୍ସ ଯନ୍ତ୍ରଣାରୁ ମୁକ୍ତି ଦେଇପାରିବ । ଘରେ ଏଭଳି ମ୍ୟାଜିକାଲ ଚା’ ବନାନ୍ତୁ ଯାହା ମାସିକ ଯନ୍ତ୍ରଣାରୁ ରିଲିଫ୍ ଦେଇପାରିବ। ଅଦା, ଅଖରୋଟ୍ ଏବଂ ଗୁଡ଼ିକୁ ମିଶାଇ ହର୍ବାଲ ଚା’ ବନାଇପାରିବେ ଯାହା କେବଳ ପେଟ ଯନ୍ତ୍ରଣାରୁ ମୁକ୍ତି ଦେବା ତା ନୁହେଁ ବରଂ ମୁଡ୍ ୱିଙ୍ଗ ସମସ୍ୟାରୁ ବି ରିଲାକ୍ସ କରିବ। ସୋସିଆଲ ମିଡିଆରେ ଏଭଳି ଚା’ର ରେସିପି ସେୟାର କରିଛନ୍ତି ନ୍ୟୁଟ୍ରିସନିଷ୍ଟ ଶ୍ବେତା ଶାହ । 

ଅଧିକ ପଢ଼ନ୍ତୁ : ମାତ୍ର ୮ ମିନିଟର ରାଗ ; ବର୍ବାଦ କରିଦେବ ରକ୍ତ ପ୍ରବାହ, ଧୀମା ହୋଇଯିବ ଶରୀର, ମସ୍ତିଷ୍କ ପାଇଁ ବଡ଼ ବିପଦ !

ଏବେ ଜାଣିବା  ଏ ଚା’କୁ ପ୍ରସ୍ତୁତ କରିବେ କିପରି?

ଅଖରୋଟ୍ ଗୁଣ୍ଡ ୧ ବଡ଼ ଚାମଚ, ଅଦା ଛେଚା ଅଧା ଚାମଚ, ଗୁଡ଼ ୧ ବଡ଼ ଚାମଚ ମାତ୍ରାରେ ନେଇ ୨ କପ୍ ପାଣିରେ ଫୁଟାନ୍ତୁ । ଧୀମା ଅଞ୍ଚରେ ଫୁଟାଇବେ । ପାଣି ଫୁଟି ଗୋଟିଏ କପ୍ ମାତ୍ରାରେ ରହିଲେ ଏହାକୁ ନଖ ଉଷୁମ ଥାଇ ପିଇବେ । ଦିନକୁ ୨ / ୩ଥର ପିବା ଦ୍ବାରା ପରିୟଡ୍ସ ସମୟରେ ହେଉଥିବା ପେଟ ଯନ୍ତ୍ରଣା ସହ ଚିଡ଼ଚିଡ଼ାପଣ ଦୂର ହୁଏ । 

ଏବେ ଜାଣିବା ଏହି ୩ ଟି ଉପାଦାନର ଗୁଣ ବାବଦରେ । :
 ଅଖରୋଟ୍: ଏଥିରେ ଓମେଗା -3 ଫ୍ୟାଟି ଏସିଡ୍ ଏବଂ ମ୍ୟାଗ୍ନେିସୟମ୍ ଭରପୂର ମାତ୍ରାରେ ରହିଛି , ଯାହା ମାଂସାପେଶୀକୁ ଆରାମ୍ ଦିଏ । ଶରୀରର ଯନ୍ତ୍ରଣା ଦୂର କରେ । 

ଅଦା: ଏହା ଏକ ପ୍ରାକୃତିକ ଆଣ୍ଟି ଇନଫ୍ଲେମେଟରୀ ମସଲା ଭାବେ କାର୍ଯ୍ୟ କରେ , ଯାହା ଯନ୍ତ୍ରଣାକୁ କମାଇବା ସହ ପିରିୟଡ୍ସ ସମୟରେ ଅନୁଭୂତ ଅସହଜପଣକୁ ଦୂର କରେ । 

ଗୁଡ଼: ଗୁଡ଼ ଶରୀରକୁ ତୁରନ୍ତ ଏନର୍ଜି ଦିଏ ଏବଂ ପରିୟଡ୍ସ ସମୟରେ ହେଉଥିବା ପେଟ ଫୁଲିବା ସମ୍ୟା ବା ବ୍ଲଟିଙ୍ଗ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ । ମାସିକ ଋତୁସ୍ରାବ ସମୟରେ ଏହି ହର୍ବାଲ ଚା’ ଶରୀରକୁ ପୋଷଣ ଦେବା ସହ ଆଭ୍ୟନ୍ତରୀଣ ଶାନ୍ତି ଦିଏ । ତେଣୁ ଯେବବି ମେନଷ୍ଟ୍ରୁଆଲ୍ ଯନ୍ତ୍ରଣା ଅନୁଭବ କରନ୍ତି ତାହେଲେ ମେଡିସିନର ସାହାଯ୍ୟ ନନେଇ ବରଂ ଘରେ ଏହି ଚା’ ବନାଇ ପିଇଲେ ଆରାମ ମିଳିବ ନିଶ୍ଚୟ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe