କନକ ବ୍ୟୁରୋ: ବର୍ଷକୁ ଥରେ ଆଷାଢ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ରଥଯାତ୍ରାରେ ବାହାରନ୍ତି ମହାପ୍ରଭୁ। ଭାଇ ଭଉଣୀଙ୍କୁ ସାଂଗରେ ନେଇ ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି। ପ୍ରତି ବର୍ଷ ଆଷାଢ଼ ମାସରେ ଏହି ଯାତ୍ରା ହୋଇଥାଏ। କିନ୍ତୁ ବିଡମ୍ବନାର ବିଷୟ ବର୍ଷ ବର୍ଷର ଏହି ପରମ୍ପରା ସହ ଖେଳ ଖେଳୁଛି ଇସ୍କନ।
ଏକଥା ଶୁଣିବା ବେଳକୁ ଅଡୁଆ ଲାଗୁଛି। ଅଦିନରେ ପୁଣି ମହାପ୍ରଭୁଙ୍କ ରଥଯାତ୍ରା କେମିତି ହେବ ବୋଲି ଭାବୁଥିବେ। କିନ୍ତୁ ଏଭଳି ଏକ ଅଜବ ନିଷ୍ପତି ନେଇଛି ଇସ୍କନ । ଆମେରିକା ଇସ୍କନ ହ୍ୟୁଷ୍ଟନ ଶାଖା ପକ୍ଷରୁ ସୋସିଆଲ ମିଡିଆରେ କରାଯାଇଥିବା ଏହି ପୋଷ୍ଟ ଉପରେ। ନଭେମ୍ବର ୯ ତାରିଖରେ ଇସ୍କନ ରଥଯାତ୍ରା ଆୟୋଜନ କରିବାକୁ ଯାଉଛି ବୋଲି ଏଥିରେ ସ୍ପଷ୍ଟ ଭାବରେ ଲେଖା ହୋଇଛି। ସେହିପରି ନଭେମ୍ବର ୩ତାରିଖରେ ସ୍ନାନ ଯାତ୍ରା ହେବ ବୋଲି ଆଉ ଏକ ପୋଷ୍ଟରେ ଦର୍ଶାଯାଇଛି। ଇସ୍କନର ଏଭଳି ନିଷ୍ପତିକୁ ନେଇ ପୁଣି ଥରେ ବିବାଦ ଆରମ୍ଭ ହୋଇଛି। ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ମଧ୍ୟ ଏନେଇ ଉଦବେଗ ପ୍ରକାଶ କରିଛନ୍ତି। ଆଉ ରଥଯାତ୍ରା ନିର୍ଦ୍ଧାରିତ ପୂଣ୍ୟ ତିଥିରେ ପାଳନ କରନ୍ତୁ ଓ ସେଥିରେ ବ୍ୟତିକ୍ରମ ନକରିବାକୁ କହିଛନ୍ତି।
ଇସ୍କନର ଅଦିନିଆ ରଥଯାତ୍ରା ନିଷ୍ପତିକୁ ନେଇ ବଡ ବିବାଦ ଛିଡା ହୋଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ନମାନି ମନମାନି କରୁଛି ଇସ୍କନ। ଭାବାବେଗ ସହ ଖେଳ ଖେଳୁଛି ଇସ୍କନ। ଏହାକୁ ନେଇ ବିବାଦ ପରେ, ରୋକିବାକୁ ଜଗନ୍ନାଥ ପ୍ରେମୀ, ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଓ ବରିଷ୍ଠ ସେବାୟତ ଦାବି କରିଛନ୍ତି। ଏପରିକି ପରମ୍ପରାକୁ ଭାଂଗୁଥିବା ଏହି ରଥଯାତ୍ରାକୁ ତୁରନ୍ତ ବନ୍ଦ କରିବାକୁ ଦାବି ରଖିଛନ୍ତି।
ପୂର୍ବରୁ ଆମେରିକାରେ ମଧ୍ୟ ଏଭଳି ଅଦିନିଆ ରଥଯାତ୍ରା ହୋଇଥିଲା, ଯାହାକୁ ନେଇ ପ୍ରଶ୍ନ ଉଠାଇଥିଲେ ପୁରୀ ଗଜପତି ମହାରାଜା। ୨୦୦୮ ମସିହାରେ ପଶ୍ଚିମବଙ୍ଗ ମାୟାପୁରର ଇସ୍କନ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚିଠି ଲେଖି ଶାସ୍ତ୍ର ଓ ପରମ୍ପରା ବିରୁଦ୍ଧରେ ରଥଯାତ୍ରା ନକରିବାକୁ ନିବେଦନ କରିଥିଲେ । ହେଲେ, ବାରମ୍ବାର ତାଗିଦ ସତ୍ବେ ବି ମାନୁ ନାହାନ୍ତି ଇସ୍କନ କର୍ତ୍ତୃପକ୍ଷ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/26/lPp39UFnGPlKiVWGnG4P.jpg)