ଆଫଗାନିସ୍ତାନର ଗୃହମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନି ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ଏହା ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧର ଏକ ବିପଜ୍ଜନକ ମୋଡ଼ରେ ପହଞ୍ଚିବାର ସମ୍ଭାବନାକୁ ସୂଚିତ କରୁଛି। ନାଟୋ ବିରୋଧରେ ତାଲିବାନର ଲଢ଼େଇର ଉଲ୍ଲେଖ କରି ସିରାଜୁଦ୍ଦିନ ହକ୍କାନି କହିଛନ୍ତି, ଯଦି ପାକିସ୍ତାନ ସହିତ ତାଲିବାନ ଲଢ଼ିବ ତେବେ ଗୋଟିଏ ଦିନରେ ପାକିସ୍ତାନର ମାନଚିତ୍ର ବଦଳିଯିବ।

Advertisment

ଯେତେବେଳେ ଆମେରିକା ଆଫଗାନିସ୍ତାନ ଯୁଦ୍ଧ ଲଢ଼ୁଥିଲା, ସେତେବେଳେ ତାଲିବାନ ଆତ୍ମଘାତୀ ଆକ୍ରମଣ କରୁଥିଲା। ସେମାନେ ଗରିଲା ଯୁଦ୍ଧରେ ପାରଙ୍ଗମ ଥିଲେ। ସେହି ସମୟରେ ଆଫଗାନିସ୍ତାନରେ ପ୍ରତିଦିନ ବୋମା ବିସ୍ଫୋରଣ ହେଉଥିଲା। ଆମେରିକୀୟ ସୈନ୍ୟମାନେ ଆଫଗାନିସ୍ତାନରୁ ପ୍ରତ୍ୟାହାର କରୁଥିବା ଶେଷ ଦିନରେ, କାବୁଲରେ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ୧୫୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ସିରାଜୁଦ୍ଦିନ ହକ୍କାନି ପାକିସ୍ତାନକୁ ସେଭଳି କରିବାକୁ ଧମକ ଦେଉଥିବା କୁହାଯାଉଛି।

ସୂଚନାଯୋଗ୍ୟ, ହକ୍କାନି ନେଟୱାର୍କ ଓ ତାଲିବାନ ସଦସ୍ୟମାନେ ୨୦ ବର୍ଷ ଧରି ଆମେରିକୀୟ ସୈନ୍ୟଙ୍କୁ ହଇରାଣ କ୍ଳାନ୍ତ କରିଦେଇଥିଲେ। କୋଟି କୋଟି ଡଲାର ଖର୍ଚ୍ଚ କରିବା ପରେ, ଆମେରିକା ଆଫଗାନିସ୍ତାନରୁ କ୍ଳାନ୍ତ ହୋଇ ପ୍ରତ୍ୟାହାର କରିନେଇଥିଲା।