ପ୍ରତି ୧୨ ଜଣରେ ଜଣେ ଶିଶୁ ସହୁଛି ଯୌନ ନିର୍ଯାତନା ; ଲାନସେଟ ରିପୋର୍ଟକୁ ନେଇ ଚିନ୍ତା

ଲାନସେଟ ରିପୋର୍ଟ ବଢାଇଲା ଚିନ୍ତା । ପ୍ରତି ୧୨ ଶିଶୁରେ ଜଣେ ଅନଲାଇନ୍ ଯୌନ ନିର୍ୟାତନାର ଶିକାର । ୧୨୩ଟି ଅଧ୍ୟୟନର ଫଳାଫଳକୁ ବିଶ୍ଳେଷଣ କରି ରିପୋର୍ଟ ଦେଇଛି ଲାନସେର୍ଟ ।

Lancet Report

Lancet Report Photograph: (kanakNews)

କନକ ବ୍ୟୁରୋ: ଡ଼ରାଇଲା ଲାନସେଟ ରିପୋର୍ଟ । ନିକଟରେ ପ୍ରକାଶ ପାଇଠି ଲାନସେଟ୍ ଚାଇଲ୍ଡ ଆଣ୍ଡ ଆଡଲ୍ଟସେଣ୍ଟ ହେଲ୍ଥ ରିପୋର୍ଟ । ଯାହା ସଭିଙ୍କୁ ଚକିତ କରିଛି । ଏହି ନୂତନ ଅଧ୍ୟୟନ ଅନୁସାରେ, ବିଶ୍ବରେ ପ୍ରତି ୧୨ ଜଣ ଶିଶୁଙ୍କ ମଧ୍ୟରୁ ଜଣେ କୌଣସି ନା କୌଣସି ପ୍ରକାରର ଅନଲାଇନ୍ ଯୌନ ଶୋଷଣ କିମ୍ବା ନିର୍ୟାତନାର ଶିକାର ହୋଇଛନ୍ତି । ଅନଲାନନ୍ ଶିଶୁ ଯୌନ ଶୋଷଣ ଓ ନିର୍ୟାତନା ହେଉଛି ଏକ ବିଶ୍ବସ୍ତରୀୟ ଜନସ୍ବାସ୍ଥ୍ୟ ସମସ୍ୟା । ଯାହା ଦୃତ ଗତିରେ ବୃଦ୍ଧି ପାଉଛି । ୧୨୩ଟି ଅଧ୍ୟୟନର ଫଳାଫଳକୁ ବିଶ୍ଳେଷଣ କରି ଏହି ରିପୋର୍ଟ, ପ୍ରକାଶ ପାଇଛି । ଯେଉଁଥିରୁ ଜଣାପଡିଛି ଯେ,୧୨.୬ ପ୍ରତିଶତ ଓ ଅନଲାଇନ୍ ଅନୁରୋଧ ୧୨.୫ ପ୍ରତିଶତ ଦ୍ବାରା ପ୍ରଭାବିତ ହୋଇଛନ୍ତି  । ଏହି ରିପୋର୍ଟକୁ ନେଇ ଏବେ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢିବାରେ ଲାଗିଛି ।

ଲାନସେଟ୍ ରିପୋର୍ଟ :

୧୨ଜଣ ଶିଶୁଙ୍କ ମଧ୍ୟରୁ ଜଣେ ଯୌନ ଶୋଷଣର ଶିକାର
୧୨୩ଟି ଅଧ୍ୟୟନର ଫଳାଫଳକୁ ବିଶ୍ଳେଷଣ କରି ପ୍ରକାଶିତ ହୋଇଛି ରିପୋର୍ଟ
ପ୍ରତି ୮ ଜଣ ଶିଶୁଙ୍କ ମଧ୍ୟରୁ ଜଣେ ଫଟୋ ଆଧାରିତ ନିର୍ୟାତନା ୧୨.୬%
୧୨.୫ ପ୍ରତିଶତ ଶିଶୁ ଅନ୍‌ଲାଇନ୍ ଅନୁରୋଧ ଭଳି ଯୌନ ଶୋଷଣର ଶିକାର
ରିପୋର୍ଟକୁ ନେଇ ଏବେ ଅଭିଭାବକଙ୍କ ମଧ୍ୟରେ ଚିନ୍ତା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe