କନକ ବ୍ୟୁରୋ : ଦୀର୍ଘ ୩୧ ବର୍ଷ ପରେ ଓଡ଼ିଶାରେ ଆୟୋଜିତ ହୋଇଛି ଜାତୀୟ ଜନଜାତି ସଂସଦୀୟ କମିଟିର ଦୁଇଦିନିଆ କର୍ମଶାଳା । ଅନେକ ରାଜ୍ୟର ପ୍ରତିନିଧି ସାମିଲ ହୋଇ ଅନୁସୂଚିତ ଜାତି-ଜନଜାତିଙ୍କ ସମସ୍ୟା ସମ୍ପର୍କରେ ମାରାଥନ ଆଲୋଚନା କରିଛନ୍ତି । ଆଗକୁ କେମିତି ସେମାନଙ୍କ ଆର୍ଥିକ, ସାଂସ୍କୃତିକ ଓ ସାମାଜିକ ବିକାଶ ହେବ, ସେ ନେଇ ଓଡ଼ିଶା ମାଟିରେ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କଠୁ ଆରମ୍ଭ କରି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଅନେକ ପ୍ରସ୍ତାବ ରଖିଛନ୍ତି । ସେ କହିଛନ୍ତି, କାଗଜ କଲମରେ ବହୁ ଯୋଜନା ହେଉଛି । ହେଲେ ଏହାକୁ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରାଯିବ ଦରକାର । ଏଥିପାଇଁ ଚ୍ୟାଲେଞ୍ଜ ରହିଛି । ଲୋକସଭା ବାଚସ୍ପତି କହିଛନ୍ତି, ଏହି ସମ୍ମିଳନୀରେ ଯାହା ନିଷ୍କର୍ଷ ବାହାରିବ ତାହା ବି.ଆର. ଆମ୍ବେଦକରଙ୍କ ବିକଶିତ ଭାରତର ସ୍ୱପ୍ନ ପୂରଣ କରିବ ।
ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ଆଦିବାସୀଙ୍କ ବିକାଶ ପାଇଁ ଅନେକ ପ୍ରସ୍ତାବ ଆସିଛି । ବିଭିନ୍ନ ରାଜ୍ୟର ପ୍ରତିନିଧି, ଲୋକସଭା ଓ ରାଜ୍ୟସଭାର ଏସସି-ଏସଟି କମିଟି ଅନେକ ପ୍ରସ୍ତାବ ରଖିଛନ୍ତି । ବଜେଟ ଅର୍ଥ କେମିତି ଖର୍ଚ୍ଚ ହେବ ତା ଉପରେ ଗୁରୁତ୍ୱ ଦିଆଯାଇଛି ।
ଆଲୋଚନାରେ ଅନୁସୂଚିତ ଜାତି ଓ ଜନଜାତି ଯେଭଳି ସରକାରୀ ଯୋଜନାର ଲାଭ ପାଇପାରିବେ ତା ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରଶ୍ନ ଉଠୁଛି, ଗ୍ରାଉଣ୍ଡରେ ଏହା କାର୍ଯ୍ୟକାରୀ ହେବ କେତେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/30/sc-st-workshop-2025-08-30-19-37-03.jpg)