କନକ ବ୍ୟୁରୋ :   ଅନୁରାଗ କଶ୍ୟପ, ଆଜି ବଲିଉଡର ସବୁଠାରୁ ଚର୍ଚ୍ଚିତ ଫିଲ୍ମ ମେକର । ବିବାଦୀୟ ସିନେମା କରି ସାଉଣ୍ଟିଛନ୍ତି ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପ୍ରଶଂସା । ହେଲେ ଅନୁରାଗଙ୍କ ଜୀବନର ସଂଘର୍ଷ ଆପଣଙ୍କୁ କନ୍ଦାଇ ଦେବ । ୧୯୯୩ ମସିହାରେ ଅନୁରାଗ ମୁମ୍ବାଇ ଆସିଥିଲେ, ଅନେକ ସ୍ୱପ୍ନ ଥିଲା ଆଖିରେ । ହେଲେ ସ୍ୱପ୍ନ ପୂରଣ ପାଇଁ ପକେଟରେ ନଥିଲା ଟଙ୍କା । ସଂଘର୍ଷ ସମୟରେ ଅନୁରାଗ ମୁମ୍ବାଇ ଫୁଟପାତରେ ୬ ଟଙ୍କା ଭଡ଼ା ଦେଇ ଶୋଇପଡୁଥିଲେ । ହେଲେ ସବୁଦିନ ୬ଟଙ୍କା ଦେବା ତାଙ୍କ ପାଇଁ ଅସମ୍ଭବ ଥିଲା । ଅନେକ ସମୟରେ ରାସ୍ତା କଡ଼ରେ ରାତି କଟାଇଛନ୍ତି । ଅନୁରାଗ କୁହନ୍ତି ସେତେବେଳେ ଜୁହୁ ବିଚରେ ଏକ ବିନା ସିଗନାଲରେ ଗାର୍ଡେନ ଥିଲା । ଯେଉଁ ଗାର୍ଡେନରେ ଅନେକ ରାତି କଟାଇଛନ୍ତି ଅନୁରାଗ । 

Advertisment

ଭବିଷ୍ୟତ ପାଇଁ ସଂଘର୍ଷ କରୁ କରୁ ଅନୁରାଗ କେତେବେଳେ ମଦକୁ ଆପଣାଇନେଇଥିଲେ ତାହା ସେ ଜାଣିପାରି ନଥିଲେ । ଆଉ ଧିରେ ଧିରେ ଏହି ମଦ ନିଶା ବଢିବାରେ ଲାଗିଛି । ଏହି କାରଣରୁ ପତ୍ନୀ ମଧ୍ୟ ପର କରିଦେଇଥିଲେ । ଆଉ ଗୋଟିଏ କୋଠରୀରେ ଅନୁରାଗ ନିଜକୁ ବନ୍ଦୀ କରିନେଲେ । ୪  ବର୍ଷର କୁନି ଝିଅ ଓ ପତ୍ନୀ ପର ହୋଇଯିବା ପରେ ମାନସିକ ଅବସାଦକୁ ଚାଲିଯାଇଥିଲେ ଅନୁରାଗ । ଏସବୁ ଦୁଃଖ ଭିତରେ ଅନୁରାଗଙ୍କର ପ୍ରଥମ ଦୁଇଟି ସିନେମା ବକ୍ସ ଅଫିସରେ ଫ୍ଲପ୍ ହୋଇଗଲା । ତେରେନାମ ଓ କାଣ୍ଟେ ଭଳି ସିନେମାରୁ ତାଙ୍କୁ ବାହାର କରିଦିଆଗଲା । ଭବିଷ୍ୟତ ଅନ୍ଧାର ଆଡକୁ ଗତି କରୁଛି ଆଉ ମଦ ନିଶା ବଢି ବଢି ଚାଲିଛି ।

ବାଶ୍ ଏହାପରେ ଅନୁରାଗଙ୍କ ଭବିଷ୍ୟତର ସୂର୍ୟ ଉଦୟ ହେବା ଆରମ୍ଭ କରିଥିଲା । ଆଉ ଏହାପରେ ଗୋଟିଏ ପରେ ଗୋଟିଏ ସିନେମା ତାଙ୍କର ବକ୍ସ ଅଫିସରେ ହିଟ୍ ହେବାରେ ଲାଗିଥିଲା । ବନ୍ଦର, କେନେଡି, ଦୋବାରା, ମୁକ୍କେବାଜ, ରମନ ରାଘବ, ବମ୍ବେ ଭେଲବେଟ, ଅଗଲି, ଗ୍ୟାଙ୍ଗ୍ସ ଅଫ୍ ୱାସେପୁର ଭଳି ସିନେମା କରି ବେଶ ଲୋକପ୍ରିୟ ହୋଇଗଲେ ଅନୁରାଗ କଶ୍ୟପ । 

ସେ ସିନେମା ହେଉ କି ଅନ୍ୟ କିଛି ପ୍ଲାଟଫର୍ମରେ ସଫଳତା । ସବୁ ସଂଘର୍ଷର ଫଳ ନିଶ୍ଚିତ ଭଲ ହୋଇଥାଏ । ବିନା ସଂଘର୍ଷରେ ସଫଳତା ମିଳିବାକୁ ଲଟେରୀ କୁହାଯାଏ । ଏହା ହଜାର ହଜାର ଲୋକଙ୍କ ଭିତରୁ ଜଣଙ୍କୁ ମିଳିଥାଏ  ।