ସହସ୍ର ଶିବଲିଙ୍ଗର ଗାଁ; ଅବହେଳିତ ଶୈବ ପୀଠର ହେବ ବିକାଶ

କୋରାପୁଟର ଅନେକ ପ୍ରସିଦ୍ଧ ଶୈବପୀଠ ମଧ୍ୟରୁ ଅନ୍ୟତମ କୁଟୁଣୀ ପଦରର ସହସ୍ର ଶିବ ଲିଙ୍ଗର ପୀଠ । ଅନେକ ବର୍ଷ ଧରି ଏହି ପୀଠଟି ଅବହେଳିତ ଅବସ୍ଥାରେ ରହିଛି । ହେଲେ ଏବେ ଏହା ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହେବାକୁ ଯାଉଛି ।

Sahasra Shivalinga

Sahasra Shivalinga Photograph: (Kanak News)

କନକ ବ୍ୟୁରୋ : ସହସ୍ର ଶିବଲିଙ୍ଗର ଗାଁ କୁଟୁଣୀ ପଦର । ଏହି ଶୈବ ପିଠ ଅବହେଳିତ ଅବସ୍ଥାରେ ରହିଥିଲା, ଏହାକୁ ଲୋକଲୋଚନକୁ ଆଣିବା ସକାଶେ କନକ ନ୍ୟୁଜ୍‌ରେ ଖବର ପ୍ରସାରଣ ପରେ ଏହାର ବିକାଶ ପାଇଁ ଆଗେଇ ଆସିଛି ପ୍ରଶାସନ । କୋରାପୁଟ ଜିଲ୍ଲା ପ୍ରଶାସନ ସାଂସ୍କୃତିକ ମହୋତ୍ସବ ପରବର ଶୁଭାରମ୍ଭ କରି ଶୈବପୀଠର ଉନ୍ନତି ପାଇଁ ପ୍ରଶାସନ ଦାୟିତ୍ୱ ନେଇଛି ।

କୋରାପୁଟର ଅନେକ ପ୍ରସିଦ୍ଧ ଶୈବପୀଠ ମଧ୍ୟରୁ ଅନ୍ୟତମ କୁଟୁଣୀ ପଦରର ସହସ୍ର ଶିବ ଲିଙ୍ଗର ପୀଠ । ଅନେକ ବର୍ଷ ଧରି ଏହି ପୀଠଟି ଅବହେଳିତ ଅବସ୍ଥାରେ ରହିଛି । ହେଲେ ଏବେ ଏହା ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହେବାକୁ ଯାଉଛି । ସାଂସ୍କୃତିକ ମହୋତ୍ସବ ପରବ ୨୯ ବର୍ଷ ପୂର୍ତ୍ତି ଅବସରରେ ଶୈବ ପୀଠର ବିକାଶ ପାଇଁ ଆଗେଇ ଆସିଛି ଜିଲ୍ଲା ପ୍ରଶାସନ । ପରବର ଶୁଭାରମ୍ଭ କରି ଜିଲ୍ଲାପାଳ ନିଜ ଏହାର ଦାୟିତ୍ୱ ନେଇଛନ୍ତି ।

ଅଧିକ ପଢ଼ନ୍ତୁ : ବିଶ୍ୱର ସର୍ବବୃହତ ରୁପା ଉତ୍ପାଦନକାରୀ ଦେଶ ; ଆଶ୍ଚର୍ଯ୍ୟ କରିଦେବ ଅଳଙ୍କାର କଳାକୃତି

ପରବ.. ଆଦିବାସୀଙ୍କ ଚାଳିଚଳନ, ଲୋକକଳାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ପରବ ମାଧ୍ୟମରେ ଜିଲ୍ଲାର ଅନେକ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆସିପାରୁଛନ୍ତି । ଜାତୀୟ ତଥା ଅନ୍ତର୍ଜାତିକ ସ୍ତରରେ ପରିଚିତ ହେଉଛନ୍ତି । କୋରାପୁଟରେ ଲୁକ୍କାୟିତ ଭାବେ ଅନେକ ପର୍ଯ୍ୟଟନ ସ୍ଥଳ ସହ ବିଭିନ୍ନ ଶୈବ ପୀଠ ରହିଛି । ପ୍ରତିବର୍ଷ ଜିଲ୍ଲା ପ୍ରଶାସନ ପରବ ମାଧ୍ୟମରେ ସେସବୁ ସ୍ଥାନକୁ ଚିହ୍ନଟ କରି ଏହାର ବିକାଶ କ୍ଷେତ୍ରରେ ପ୍ରୟାସ ଜାରି ରଖିଛି ପ୍ରଶାସନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe