ପୁଣି ମୁଖ୍ୟମନ୍ତ୍ରୀ ଚଉକିକୁ ଆଖେଲାଣି ବିଜେଡି । ନେତାଙ୍କ ଦମ୍ଭୋକ୍ତି, କଂଗ୍ରେସ ସହ ମିଶି କରିବୁ ସରକାର । ବିଜେପିର ଜବାବ, ଯୋଗାଯୋଗରେ ୨୭ ବିଧାୟକ

Advertisment

୫ ମାସ ହେଲାଣି ବିଜେଡି କ୍ଷମତାରୁ ଗଲାଣି। ହେଲେ, ମୁଖ୍ୟମନ୍ତ୍ରୀ ଗାଦି ଉପରୁ ବିଜେଡି ନେତାଙ୍କ ଆଖି ହଟିନି। ନେତାମାନେ ଏବେ ବି ପୁଣିଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦମ୍ଭୋକ୍ତି ଦେଖାଉଛନ୍ତି

୫ ମାସ ହେଲାଣି ବିଜେଡି କ୍ଷମତାରୁ ଗଲାଣି। ହେଲେ, ମୁଖ୍ୟମନ୍ତ୍ରୀ ଗାଦି ଉପରୁ ବିଜେଡି ନେତାଙ୍କ ଆଖି ହଟିନି। ନେତାମାନେ ଏବେ ବି ପୁଣିଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦମ୍ଭୋକ୍ତି ଦେଖାଉଛନ୍ତି

bjd bjp cm politics

କନକ ବ୍ୟୁରୋ: ନିର୍ବାଚନ ପରେ ନେତାଙ୍କ ଦମ୍ଭୋକ୍ତି ଓ ବୟାନ ସବୁ ସୀମା ଟପିଯାଇଛି । ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେଡି ପୁଣିଥରେ ସ୍ବପ୍ନ ଦେଖିବା ଆରମ୍ଭ କରିଛି । ଯାହାକୁ ନେଇ ବିଜେଡିର ଜଣକ ପରେ ଜଣେ ନେତା ଅଙ୍କ କଷିବା ଆରମ୍ଭ କରି ଦେଇଛନ୍ତି। ସେପଟେ ବିଜେଡି ଭାଙ୍ଗିଯିବ ବୋଲି ଲଗାତର ଭାବେ ବିଜେପି ନେତା କହିଚାଲିଛନ୍ତି ।

  • ମୁଖ୍ୟମନ୍ତ୍ରୀ ଚୌକି ଉପରେ ଆଖି
  • ଘର ଭାଙ୍ଗିବାକୁ ଚାଲିଛି ପ୍ରତିଯୋଗିତା
  • ଅଙ୍କ କଷୁଛନ୍ତି ବିଜେଡି- ବିଜେପି

୫ ମାସ ହେଲାଣି ବିଜେଡି କ୍ଷମତାରୁ ଗଲାଣି। ହେଲେ, ମୁଖ୍ୟମନ୍ତ୍ରୀ ଗାଦି ଉପରୁ ବିଜେଡି ନେତାଙ୍କ ଆଖି ହଟିନି। ନେତାମାନେ ଏବେ ବି ପୁଣିଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦମ୍ଭୋକ୍ତି ଦେଖାଉଛନ୍ତି।  କ୍ଷମତାକୁ ଫେରିବା କଥା କହି ଦଳର ଜଣେ ପରେ ଜଣେ ନେତା ବିଜେପି ସରକାରକୁ ସମାଲୋଚନା କରୁଛନ୍ତି। ଦେବାଶିଷ ସାମନ୍ତରାୟ, ମୁନ୍ନା ଖାଁ, ଅମର ପଟ୍ଟନାୟକଙ୍କ ପରେ ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ, ସରକାର ଗଠନ ପାଇଁ ସଂଖ୍ୟା ଗଣିତ କଥା କହିଛନ୍ତି। ବିଜେଡିର ୫୧, କଂଗ୍ରେସର ୧୪ ଓ ୩ ସ୍ବାଧୀନ ବିଧାୟକଙ୍କ କଥା କହି ରାଜ୍ୟବାସୀ ପୁଣିଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରସ୍ତୁତ ହୋଇସାରିଲେଣି ବୋଲି କହିଛନ୍ତି।

  •  ‘ଭାଙ୍ଗିଯିବ ବିଜେଡି’
  • ‘୨୭ ବିଧାୟକ ବିଜେପି ଲିଙ୍କରେ’

ତେବେ ଅତନୁ ସବ୍ୟସାଚୀଙ୍କ ବୟାନ ପରେ କଡା ଜବାବ ରଖିଛି ବିଜେପି। ବିଧାୟକ ସରୋଜ ପାଢୀ କହିଛନ୍ତି, ୨୭ ଜଣ ବିଜେଡି ବିଧାୟକ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହିତ ଯୋଗାଯୋଗରେ ଅଛନ୍ତି ଓ କଥାବାର୍ତ୍ତା ଚାଲିଛି। ୩ ଦିନ ତଳେ ଏହି ବିଜେଡି ବିଧାୟକ ମାନେ ଏକାଠି ହୋଇଥିଲେ। 
ସେପଟେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ବିଜେଡି-ବିଜେପି କଳି ଭିତରେ ଏଣ୍ଟ୍ରି ମାରିଛି କଂଗ୍ରେସ। କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ବିସ୍ପୋରକ ବୟାନ ଦେଇ କହିଛନ୍ତି, ରାଜ୍ୟରେ ଅସ୍ଥିର ସରକାର ଚାଲିଛି, କେତେବେଳେ ବି ଭାଙ୍ଗିଯାଇପାରେ। ଆମେ ୧୪ ଜଣ ବିଧାୟକ ଅଛୁ କିନ୍ତୁ ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ଯାହା ରାଜନୀତି ପାଣିପାଗକୁ ଉଷ୍ମ କରିଛି। ତେବେ ରାଜନୈତିକ ସମୀକ୍ଷକ ମତରେ, ବିଜେଡି- ବିଜେପିର ଏହା ରାଜନୈତିକ ରଣକୌଶଳ। 

ସୂଚନାଯୋଗ୍ୟ ଯେ, ରାଜ୍ୟର ଅନେକ ସମସ୍ୟା ରହିଛି। ସେ ପ୍ରସଙ୍ଗରେ ବିଶେଷ କିଛି ନକହି ଦୁଇ ପ୍ରମୁଖ ଦଳର ନେତା ମୁଖ୍ୟମନ୍ତ୍ରୀ ଆସନ ଓ କାହା ନେତା କାହା ଯୋଗାଯୋଗରେ ଅଛନ୍ତି, ସେ ନେଇ ବୟାନବାଜିରେ ମାତିବା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe