କନକ ବ୍ୟୁରୋ: ପୁଣି ଆମ ବସ୍ କର୍ମଚାରୀଙ୍କ ଦାଦାଗିରି । ଯୁକ୍ତିତର୍କରୁ ଯାତ୍ରୀଙ୍କୁ ଆକ୍ରମଣ କଲେ ଆମ ବସ୍ କଣ୍ଡକ୍ଟର । ଏପରିକି ଆକ୍ରମଣ କରି ନିର୍ଦ୍ଧୁମ ମାରିବା ସହ ମୁଣ୍ଡ ଫଟାଇଦେଇଥିବା ଅଭିଯୋଗ ହୋଇଛି । OD33AH0166 ଗାଡ଼ିର କଣ୍ଡକ୍ଟର ଏହି ଘଟଣା ଘଟାଇଥିବା ଜଣାପଡ଼ିଛି । ୟୁନିଟ-୮ ମାର୍କେଟ ପାଖରେ ଥିବା ବସ୍ ଷ୍ଟପରେ ଘଟିଛି ଘଟଣା I ଯାତ୍ରୀ ଜଣଙ୍କ ବସକୁ ଚଢ଼ୁଥିବା ବେଳେ ଗଭର୍ଣ୍ଣର ହାଉସ୍ ଛକକୁ ଆସୁଥିଲେ ହେଲେ କଣ୍ଡକ୍ଟରଙ୍କ ସହିତ ଯୁକ୍ତିତର୍କରେ ରାଗିଗଲେ କଣ୍ଡକ୍ଟର୍ ଆଉ ଯାତ୍ରୀଙ୍କୁ ଆକ୍ରମଣ କଲେ । ବସରୁ ବାହାରକୁ ବାହାର କରି ଦେବା ସହିତ କଣ୍ଡକ୍ଟର ଜଣଙ୍କ ବାହାରକୁ ଆସି ଶକ୍ତ ଚାପୁଡ଼ା ମାରୁଥିବାର ଦେଖିବାକୁ ମିଳିଛି, ପୁଣି ରାସ୍ତା କଡ଼ରେ ତାର ଜାଲିରେ ପକାଇ ମାରିବାରୁ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯାଇଥିବାବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ହସ୍ପିଟାଲକୁ ନେଇଛନ୍ତି ।