କନକବ୍ୟୁରୋ : କିଛି ଛୋଟ ପଦକ୍ଷେପ ଆମକୁ ସୁସ୍ଥ ଓ ସତେଜ କରିପାରିବ । ଏନେଇ ଆମେମାନେ ବର୍ତ୍ତମାନ ଯଥେଷ୍ଟ ଯତ୍ନଶୀଳ । ସେଥିପ୍ରତି ପ୍ରଧାନମନ୍ତ୍ରୀ ଠୁ ଆରମ୍ଭ କରି ସମସ୍ତେ ଏ ଦିଗରେ ବର୍ତ୍ତମାନ ଯତ୍ନଶୀଳ ହୋଇଛନ୍ତି କାହିଁକି ନା ଗୋଟିଏ ସୁସ୍ଥ ଭାରତ ଗଠନ ପାଇଁ ସୁସ୍ଥ ରହିବା ସମସ୍ତଙ୍କର ନିହାତି ଜରୁରୀ ବୋଲି ବିଶ୍ବ ଯକୃତ ଦିବସରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଏଥିସହ ସେ କହିଛନ୍ତି କିଛି ଛୋଟ ଛୋଟ ପଦକ୍ଷେପ ଆମ ଜୀବନର ସନ୍ତୁଳନକୁ ବାଲାନ୍ସ କରିଦିଏ ଯାହା କି ଆମ ଜୀବନ ପାଇଁ ନିହାତି ଜରୁରୀ । ବିଶ୍ବ ଯକୃତ ଦିବସରେ ଖାଦ୍ୟ ପ୍ରତି ଯତ୍ନବାନ ହେବା ସହ କମ ତେଲ ବ୍ୟବହାର କରିବା ନେଇ ନିଜ ଏକ୍ସରେ ବାର୍ତ୍ତା ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଏହା ହିଁ ସୁସ୍ଥ ଭାରତ ଗଠନ କରିବାରେ ସହାୟକ ହେବ । ଯେପରିକି କମ ତେଲ ବ୍ୟବହାର କରିବା କୁପ୍ରଭାବ ବିଷୟରେ ଲୋକଙ୍କୁ କହିବା ।
ବିଶ୍ୱ ଯକୃତ ଦିବସ ପାଳନ କରିବାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରୟାସକୁ ସେ ପ୍ରଶଂସା ମଧ୍ୟ କରିଥିଲେ। ପ୍ରତିବର୍ଷ ଆମେ ବିଶ୍ୱ ଯକୃତ ଦିବସ ପାଳନ କରିଥାଉ । ଏହାର ଉଦ୍ଦେଶ୍ୟ ରହିଥାଏ ଲୋକଙ୍କୁ ଯକୃତ ସ୍ୱାସ୍ଥ୍ୟ ଏବଂ ରୋଗ ବିଷୟରେ ସୂଚନା ଦେବା । ଏହି ବର୍ଷର ବିଷୟବସ୍ତୁ ହେଉଛି ଖାଦ୍ୟ ହିଁ ଔଷଧ । ବିଶ୍ୱ ଯକୃତ ଦିବସ ପାଳନ କରିବାର ଏହି ପ୍ରୟାସ ପ୍ରଶଂସନୀୟ, ମୋଦୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି । ଏହା ସୁସ୍ଥ ଖାଦ୍ୟ ଏବଂ ଜୀବନଶୈଳୀ ଉପରେ ଗୁରୁତ୍ୱ ଦିଏ । ତେଲ ବ୍ୟବହାର ହ୍ରାସ କରିବା ଭଳି ଛୋଟ ପଦକ୍ଷେପ ମଧ୍ୟ ଏକ ବଡ଼ ପରିବର୍ତ୍ତନ ଆଣିପାରେ ।
ଏଥିସହ ସେ କହିଛନ୍ତି ଆସନ୍ତୁ ଆମେ ସମସ୍ତେ ଏକାଠି ହୋଇ ଏ ବିଷୟରେ ସଚେତନତା ପ୍ରସାର କରିବା ଏବଂ ନିଜ ସହ ଆଖପାଖଙ୍କୁ ମଧ୍ୟ ସୁସ୍ଥ ରଖିବା । ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ପୋଷ୍ଟର ଉତ୍ତର ଦେଇ ଏହା କହିଥିଲେ, ଯେଉଁଥିରେ ସେ ଲୋକମାନଙ୍କୁ ରନ୍ଧନ ତେଲର ବ୍ୟବହାର ଅତି କମରେ ୧୦ପ୍ରତିଶତ ହ୍ରାସ କରିବାକୁ ଏବଂ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବାକୁ ଅନୁରୋଧ କରିଥିଲେ । ଏଥିସହ ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଆଲୋଚନା କରିଛନ୍ତି କି ଦିନକୁ ଦିନ ଦେଶରେ ବୃଦ୍ଧି ପାଉଛି ମେଦବହୁଳତା ।
ଯାହା ଆମ ଦେଶର ପିଲା ଠାରୁ ଆରମ୍ଭ କରି ବୟସ୍କ ଯୁବପିଢି ସମସ୍ତଙ୍କ ପାଇଁ ବିପଦ ଆଣିପାରେ ତେଣୁ ଏ ସମସ୍ତ ବିପଦରୁ ନିଜକୁ ଠିକ ରଖିବା ପାଇଁ ହେଲେ ଆମକୁ ସୁସ୍ଥ ରହିବା ସହ ଖାଦ୍ୟରେ କମ ତେଲ ବ୍ୟବହାର କରିବା । ତାହା ଏକ ସୁସ୍ଥ ଭାରତ ଗଠନ କରିବାରେ ସହାୟକ ହେବ । ଖାଦ୍ୟ ହେଉଛି ଆମ ପାଇଁ ମେଡିସିନ ଆଉ ତାହାର ପରିମାଣ ଆମ ଜୀବନରେ ଠିକ ହେଲେ ଆମେ ସୁସ୍ଥ ରହିବା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/04/20/SSuqKNkIPwtY5sPjgMWI.jpg)