କନକ ବ୍ୟୁରୋ : ଶରୀରର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହେଉଛି ହାର୍ଟ ।ଏହା ଏକ ମାଂସପେଶୀର ଅଙ୍ଗ ଯାହା ଲଗାତାର କାମ କରି ରକ୍ତକୁ ପମ୍ପ କରେ । ପରବର୍ତ୍ତି ସମୟରେ ଶରୀରର ବିଭିନ୍ନ ଅଂଶକୁ ରକ୍ତ ଯାଏ ।  ଆସନ୍ତା ୨୯  ସେପ୍ଟେମ୍ବର  ହେଉଛି ବିଶ୍ଵ ହାର୍ଟ ଡେ । ଏଥି  ନିମନ୍ତେ ଆଜି  ସକାଳ ସମୟରେ  ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଓ ବ୍ରହ୍ମପୁର,ଏମ.କେ.ସିଜି  ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ଛାତ୍ରଛାତ୍ରୀଙ୍କ ସହଯୋଗରେ “ଡୋନ୍ଟ୍ ମିସ୍ ଏ ବିଟ୍” ବିଷୟ ବାର୍ତ୍ତା ନେଇ ୱାକାଥନ୍ ଆୟୋଜନ କରାଯାଇଛି ।

Advertisment

ଏହି କାର୍ଯ୍ୟକ୍ରମରେ   କଲେଜର ୨୦୦ରୁ ଅଧିକ ଛାତ୍ର, ଶିକ୍ଷକ ଓ ଡାକ୍ତରମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ  ଉଦଘାଟନ କରିଥିଲେ  ଉତ୍କଳ ହସ୍ପିଟାଲ  ସି. ଇ. ଓ.   ଶ୍ରୀ ବି. କେ. ସୁବୋଧ ସିଂହ  ।   ଏବଂ ସବୁଜ ପତାକା ଦେଖାଇ  ୱାକାଥନ୍ ଆରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ  ସିନିଅର କନସଲଟାଣ୍ଟ - କାର୍ଡିଓଲୋଜି ଡା. ସୁଶାନ୍ତ ପ୍ରଧାନ,ସିନିଅର କନସଲଟାଣ୍ଟ  ସିଟିଭିଏସ ଡା. ଚନ୍ଦ୍ରବାନୁ ପରିଜା, ପ୍ରୋଫେସର ଡା. ଜେ. ସାଗର ପ୍ରୁଷ୍ଟି ଓ ଆସୋସିଏଟ ପ୍ରଫେସର ଡା. ସକ୍ଷରଦକ୍ଷ ପ୍ରସନ୍ନ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏହି ଅବସରରେ ଶ୍ରୀ ସିଂହ କହିଲେ ଯେ, ଯଥା ପ୍ରଚୁର ଶାରୀରିକ କାର୍ଯ୍ୟ  ମାଧ୍ୟମରେ ହୃଦୟରୋଗ ପ୍ରତିରୋଧରେ ସହାୟକ ଭାବେ ପ୍ରିଭେଣ୍ଟିଭ୍ ହାର୍ଟ କେୟାର୍ ଅତ୍ୟନ୍ତ ଦରକାରୀ । ସେ କହିଥିଲେ, ପରିବର୍ତ୍ତିତ ପରିଦୃଶ୍ୟରେ ଉତ୍କଳ ହସ୍ପିଟାଲ ଏବେ ଆଧୁନିକ ପ୍ରଯୁକ୍ତିର ସହାୟତାରେ ପ୍ରଶିକ୍ଷିତ ଡାକ୍ତରମାନଙ୍କ ସମୀକ୍ଷିତ ଟିମ୍ ସହିତ ଉତ୍କୃଷ୍ଟ ହାର୍ଟ କେୟାର୍ ସୁବିଧା ଦେଇଆସୁଛି । ଡା. ସୁଶାନ୍ତ ପ୍ରଧାନ ଓ ଡା. ପରିଜା କହିଲେ, ବୃଦ୍ଧିଶୀଳ ହୃଦୟରୋଗ ଜଣ୍ଟିକୁ ରୋକିବା ପାଇଁ ଜୀବନ ଶୈଳୀର ପରିବର୍ତ୍ତନ ଓ ପ୍ରତିରୋଧକ ସେବା ଅତ୍ୟନ୍ତ ଆବଶ୍ୟକ । ଏହି ପ୍ରୟାସ, ସମାଜରେ ହୃଦୟ ସ୍ୱାସ୍ଥ୍ୟ ପ୍ରଚାର ଓ ଜନଚେତନା ସୃଷ୍ଟି କରିବାରେ ଉତ୍କଳ ହସ୍ପିଟାଲର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଏହି କାର୍ଯ୍ୟକ୍ରମରେ  ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହି ସମାଜକୁ ଅନେକ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ ।