କନକ ବ୍ୟୁରୋ: ଦୀପାବଳି ପାଳନକୁ ନେଇ ଦ୍ୱନ୍ଦ୍ୱ । ଆଜି ପାଳିବେ ନା କାଲି ଏହାକୁ ନେଇ ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ଲାଗି ରହିଛି । ବିରାଜ ପାଞ୍ଜିକୁ ମାନୁଥିବା ଜିଲ୍ଲା ଗୁଡ଼ିକରେ ଆଜି ଦୀପାବଳି ପାଳନ ହେଉଛି । ସେପଟେ ଜଗନ୍ନାଥ ପଞ୍ଜିକାକୁ ଅନୁସରଣ କରୁଥିବା ଜିଲ୍ଲା ଗୁଡ଼ିକରେ ଆସନ୍ତାକାଲି ଦୀପାବଳି ପାଳନ କରୁଛନ୍ତି । ଶ୍ରୀମନ୍ଦିରରେ ମଧ୍ୟ ଆସନ୍ତାକାଲି ପୟା ଶ୍ରାଦ୍ଧ ଅର୍ପଣ ଓ ବଡବଡୁଆ ଡକାଯିବ । ପାଞ୍ଜିରେ ଉଲ୍ଲେଖ ରହିଛି ଯେ, ଅମାବାସ୍ୟା ମଧ୍ୟରାତ୍ରି ପରେ ଆସୁଛି। ଯାହାକୁ ନେଇ ସବୁ ଦ୍ୱନ୍ଦ୍ୱ ଆରମ୍ଭ ହୋଇଛି । ମଧ୍ୟ ରାତ୍ରି ପରେ ଅମାବାସ୍ୟା ଆସୁଥିବାରୁ ଆସନ୍ତାକାଲି ଦୀପାବଳି ପାଳନ ନେଇ ଜଗନ୍ନାଥ ପାଞ୍ଜିରେ ଉଲ୍ଲେଖ ରହିଛି । ହେଲେ କାଳିପୂଜା ଆଜିଠାରୁ ଆରମ୍ଭ ହେବ ବୋଲି ଲେଖା ଯାଇଛି। ଏହାରି ଭିତରେ ଶ୍ରୀମନ୍ଦିର ବାହାରେ ଅନେକ ଲୋକ ବଡବଡୁଆ ଡାକୁଥିବାର ଦେଖିବାକୁ ମିଳିଛି। ଯେଉଁମାନେ ଆଜି ଦୀପାବଳି ପାଳନ କରୁଛନ୍ତି ସେମାନେ ଆଜି ବଡବଡୁଆ ଡାକିଛନ୍ତି।