କନକ ବ୍ୟୁରୋ : ବିଜୟା ଦଶମୀ ଅବସରରେ ଗାଁ ଠୁ ସହର ଉତ୍ସବ ମୁଖର ଥିବାବେଳେ ମାଙ୍କ ଆରାଧନା କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦୁଝର ନିଜ ଗାଁରେ ମା’ ଦୁର୍ଗତୀନାଶିନୀଙ୍କ  ପୂଜା କରିଛନ୍ତି । ସେହିପରି କେନ୍ଦୁଝର ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପ ବୁଲି ମାଙ୍କ ଆର୍ଶୀବାଦ ନେଇଛନ୍ତି । 

Advertisment

 କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜୟା ଦଶମୀ ଅବସରରେ ମା ସମଲେଇଙ୍କ ଦର୍ଶନ କରିଛନ୍ତି। ଦଶହରା ଅବସରରେ ମାଙ୍କ ପୂଜାର୍ଚ୍ଚନା କରିଛନ୍ତି । ଏଥିସହ ଝାରସୁଗୁଡା ଓ ସମ୍ବଲପୁରରେ ବିଭିନ୍ନ ପୂଜା ମଣ୍ଡପ ବୁଲି ଜଗତଜନନୀଙ୍କ ଆର୍ଶୀବାଦ ନେଇଛନ୍ତି । ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ଦୁର୍ଗା ପୂଜା କେବଳ ଏକ ପର୍ବ ନୁହେଁ ବରଂ ଆମର ସାଂସ୍କୃତିକ ଓ ଐତିହ୍ୟର ପ୍ରତୀକ । 

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କଟକ ଯାଇ ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି । କଟକ ରାଜାବଗିଚା ସ୍ଥିତ ସର୍ବୋଦୟପୁର ପୂଜା ମଣ୍ଡପରୁ ଆରମ୍ଭ କରି ବାଦାମବାଡି ପୂଜା ମଣ୍ଡପ ବୁଲି ମାଆଙ୍କୁ ଦର୍ଶନ କରିଛନ୍ତି । ମନମୋହନ ସାମଲ କହିଛନ୍ତି, କଟକ ହେଉଛି ଏକ ଐତିହାସିକ ସହର । ଏଠାକାର ଦୂଗାପୂଜା ସ୍ବତନ୍ତ୍ର । କଟକ ଅନେକ ଲୋକଙ୍କୁ ଗଢିଛି । ଐତିହ୍ୟ, ସଂସ୍କୃତି ଓ ପରମ୍ପରାରେ ରାଜନୀତିର କୌଣସି ସ୍ଥାନ ନାହିଁ । ଦୁର୍ଗାପୂଜାରେ ମଣ୍ଡପ ବୁଲି ମାଆଙ୍କୁ ଦର୍ଶନ କରିବା ରାଜନୀତି ନୁହେଁ । 

 ପୂଜା ମଣ୍ଡପରେ ନେତା ବୁଲିବା ନୂଆ କଥା ନୁହେଁ। କିନ୍ତୁ ମହାଷ୍ଟମୀରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ମୋହନ ମାଝୀ ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପ ବୁଲିବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି।