କନକ ବ୍ୟୁରୋ : ନବଦିନାତ୍ମକ ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ବିଜୟା ଦଶମୀ । ଧୂପ ଦୀପ ନୈବେଦ୍ୟ ଏବଂ ମନ୍ତ୍ର ଉଚ୍ଚାରଣରେ ଚାଲିଛି ମାଆଙ୍କ ଆରାଧନା । ବିଜୟା ଦଶମୀରେ ପାପର ବିନାଶ ହେବ ଓ ଧର୍ମର ଜୟ ହେବ । 

Advertisment

କଟକରେ ସୁନା-ରୁପାରେ ଝଟକୁଛନ୍ତି ମାଆ । ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କ ଆଶିଷ ନେବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି  ।  ଏପଟେ ଭୁବନେଶ୍ୱରରେ କେଉଁଠି ମାଆଙ୍କ ମୃଣ୍ମୟୀ ମୂର୍ତ୍ତି  ଦେଖିବାକୁ ଲୋକଙ୍କ ଭିଡ ହେଉଛି ତ କେଉଁଠି ସୁଉଚ୍ଚ ତୋରଣ ଓ ସୁନ୍ଦର ସାଜସଜ୍ଜା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ବିଜୟା ଦଶମୀରେ ମାଆଙ୍କ ଅପରାଜିତା ପୂଜା ସହ ଦହିପଖାଳ ଲାଗି କରାଯାଇଛି । ବିଜୟା ଦଶମୀରେ ଗାଡିପୂଜା କରି ଲୋକ ମାଆଙ୍କ ଆଶୀର୍ବାଦ କାମନା କରିଛନ୍ତି । 

ବାଲେଶ୍ବର, କେନ୍ଦ୍ରାପଡା, ଜଗତସିଂହପୁର, ଯାଯପୁର ସମେତ ରାଜ୍ୟର ବିଭିନ୍ନ ଅଂଚଳର ଧୁମଧାମରେ ବିଜୟୀ ଦଶମୀ ପାଳନ କରାଯାଉଛି । କିଛି ସ୍ଥାନରେ ବଙ୍ଗୀୟ ପରମ୍ପରା ଅନୁସାରେ ସଧବା ମହିଳାମାନେ ସିନ୍ଦୂର ଖେଳି ମାଆଙ୍କୁ ମେଳାଣି ଦେଇଛନ୍ତି । ଯାଜପୁର ଜିଲ୍ଲା ବ୍ୟାସନଗର ପୌର ପରିଷଦର ବିଭିନ୍ନ ପୂଜା ମଣ୍ଡପ ଓ ବ୍ରହ୍ମପୁରର ବଙ୍ଗୀୟ ସମାଜ ଗୃହରେ ସଧବା ମହିଳାମାନେ ସିନ୍ଦୁର ଖେଳି ବିଜୟା ଦଶମୀ ପାଳନ କରିଛନ୍ତି  । ସେପଟେ ଜଗତସିଂହପୁରର ସବୁ ପୂଜା ମଣ୍ଡପରେ ମା’ଙ୍କ ଅପରାଜିତା ପୂଜା ଏବଂ ଘଟ ବିସର୍ଜନ ପୂଜା କରାଯାଇଛି ।

ବିଜୟା ଦଶମୀରେ ମା ଜଗତଜନନୀଙ୍କ ଅପରାଜିତା ପୂଜା ଏବଂ ଘଟ ବିସର୍ଜନ ପୂଜା କରାଯାଇଛି। ଏଥିସହ କିଛି ସ୍ଥାନରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତିର ଭସାଣ ଆରମ୍ଭ ହୋଇଛି, କିଛି ସ୍ଥାନରେ ସୋମବାର ହେବ ଭସାଣ ପର୍ବ ।