କନକ ବ୍ୟୁରୋ : ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଜନ୍ମୋତ୍ସବ ପାଳନ ପାଇଁ ଉତ୍ସବମୁଖର ହୋଇଛି ବିରଜା ପୀଠ। ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ସ୍ଥିର କରାଯାଇଥିବା ବେଳେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବ୍ରାହ୍ମମୁହୂର୍ତରେ ଦେବୀଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ସରିବା ପରେ ୭.୫୭ ମିନିଟ ଦେବୀଙ୍କୁ ସ୍ୱ-ନକ୍ଷତ୍ର ବିହିତ ମହାସ୍ନାନ କରାଯିବ। ସ୍ନାନ ପରେ ଚନ୍ଦନ ବେଶ, ସାବିତ୍ରୀ ବେଶ ଓ ଅଳଙ୍କାର ବେଶ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟ ସରିବା ପରେ ସିଂହାସନ ଉପରେ ଷୋଡଶ ଉପଚାର ପୂଜାବିଧି ଆରମ୍ଭ କରାଯିବା ସହ ମା’ଙ୍କ ସାବିତ୍ରୀ ବେଶ କରାଯିବ। ପରେ ସ୍ୱତନ୍ତ୍ର ନୀତି ଲାଗି କରାଯିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯିବ । ପରେ ପୁର୍ଣ୍ଣାହୁତି, ଆରତୀ ଓ ଘଟ ବିସର୍ଜନ କରାଯିବ । ଆଜି ବିରଜା ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ସମାଗମ ହେବାର ସମ୍ଭାବନା ରହିଛି। ଶୃଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ଫୁଲ ଓ ଆଲୋକରେ ସୁସଜିତ କରାଯାଇଛି। ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ଆୟୋଜନ କରାଯାଇଛି।
ତ୍ରିବେଣୀ ଅମାବାସ୍ୟାରେ ବିରଜାଙ୍କ ଜନ୍ମୋତ୍ସବ ପାଳନ । ଷୋଡଶ ଉପଚାର ପୂଜାବିଧି ସହ ମା'ଙ୍କ ସାବିତ୍ରୀ ବେଶ, ଉତ୍ସବମୁଖର ଯାଜପୁରର ବିରଜା ପୀଠ
ବ୍ରାହ୍ମମୁହୂର୍ତରେ ଦେବୀଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ସରିବା ପରେ ୭.୫୭ ମିନିଟ ଦେବୀଙ୍କୁ ସ୍ୱ-ନକ୍ଷତ୍ର ବିହିତ ମହାସ୍ନାନ କରାଯିବ। ସ୍ନାନ ପରେ ଚନ୍ଦନ ବେଶ, ସାବିତ୍ରୀ ବେଶ ଓ ଅଳଙ୍କାର ବେଶ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟ ସରିବା ପରେ ସିଂହାସନ ଉପରେ ଷୋଡଶ ଉପଚାର ପୂଜାବିଧି ଆରମ୍ଭ କରାଯିବା ସହ ମା’ଙ୍କ ସାବିତ୍ରୀ ବେଶ କରାଯିବ। ପରେ ସ୍ୱତନ୍ତ୍ର ନୀତି ଲାଗି କରାଯିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯିବ ।
/kanak/media/media_files/2025/01/29/kDdT1AhILDLM9ezPMdFk.jpg)