କନକ ବ୍ୟୁରୋ : ୪୮ ଘଣ୍ଟାରୁ ଅଧିକ ସମୟ ହେଲା ମଦ ବ୍ୟବସାୟୀଙ୍କ ଘରେ ଚାଲିଛି ରେଡ୍ । ବିକ୍ରମ କେଶରୀ ସାହୁଙ୍କ ଘରେ ଆୟକର ବିଭାଗ ରେଡ୍  କରୁଛି । ବିକ୍ରମ ସାହୁ ଓ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଜେରା କରାଯାଇଛି । ଅନେକ ଗୁରୁତ୍ୱପୂର୍ଣ୍ଣ  କାଗଜ ଓ କମ୍ପ୍ୟୁଟର ଯାଂଚ କରିଛି ଆୟକର ବିଭାଗ । ବ୍ୟବସାୟିକ ଅନୁଷ୍ଠାନର କର୍ମଚାରୀଙ୍କ ମୋବାଇଲ ଜବତ ସହ ପଚରାଉଚରା କରୁଛି ଆଇଟି ବିଭାଗ। ଏବେ ୧୫ଟି ସ୍ଥାନରେ ଚାଲିଛି ରେଡ୍। ଗତକାଲି ଠାରୁ ଅନୁଗୁଳ କରଡ଼ାଗାଡ଼ିଆର ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଏକାଧିକ ସଂସ୍ଥାରେ ଆଇଟି ଚଢ଼ାଉ କରୁଛି । ଦ୍ଵିତୀୟ ଦିନରେ ମଧ୍ୟ ଚାଲିଛି ରେଡ । ଗତକାଲି ଶକ୍ତି ଇଣ୍ଟର ନ୍ୟାସନାଲ ହୋଟେଲ ଗ୍ରୁପ ସମେତ ଢେଙ୍କାନାଳ ମଦ ବଟଲିଙ୍ଗ ପ୍ଲାଣ୍ଟ୍ ଭଳି ୨୫ଟି ଜାଗାରେ ଚଢ଼ଉ କରାଯାଇଥିଲା। ଶକ୍ତି ହରାଇଜକ୍ଟାଲ, ଶକ୍ତି କଣ୍ଟିନେଣ୍ଟାଲ, ଶକ୍ତି ଅନ୍ନପୂର୍ଣ୍ଣା ରାଇସ ମିଲ, ଶକ୍ତି ପେଟ୍ରୋଲ ପମ୍ପରେ ଚଢ଼ଉ ହୋଇଥିଲା। ବିକ୍ରମଙ୍କ ସମୁଦି ପାରଳାଖେମୁଣ୍ଡିର ତ୍ରିପତି ସାହୁକାରଙ୍କ ଘରେ ବି ଚଢ଼ଉ କରାଯାଇଛି। ଅନୁଗୁଳ ଜିଲ୍ଲା କରଡ଼ାଗାଡ଼ିଆରେ ବିକ୍ରମ ସାହୁଙ୍କ ମୂଳ ଘର। ଆଜି ବିକ୍ରମ ସାହୁଙ୍କ କରଡା ଗାଡିଆ ବାସଭବନରେ ଆୟକର ବିଭାଗ ଖୋଳତାଡ଼ ଚଳାଇଛି।