କନକ ବ୍ୟୁରୋ: କଟକରେ ନାରୀଶକ୍ତି ସମାବେଶ କରିବା ପରେ ଆଜି ବଲାଙ୍ଗୀରରେ କୃଷକ ଶକ୍ତି ସମାବେଶ କରିଛନ୍ତି ମୋହନ ସରକାର । ଏହି ଅବସରରେ କୃଷି ଓ କୃଷକଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଗତ ମେ’ ମାସ ସୁଦ୍ଧା ରାଜ୍ୟରେ ୭୮ ହଜାର ୬୮୧ କୃଷି ଯନ୍ତ୍ରପାତି ଯୋଗାଇ ଦିଆଯାଇଛି । ଡିବିଟି ମାଧ୍ୟମରେ ଚାଷୀ ୪୫୯.୬୮ କୋଟି ଟଙ୍କାର ରିହାତି ପାଇଛନ୍ତି l ଏଥିସହ କୃଷକଙ୍କୁ ସଶକ୍ତ କରିବାକୁ ସବୁ ପ୍ରଯୁକ୍ତିବିଦ୍ୟା ଦିଆଯିବ । ବିକଶିତ ଓଡ଼ିଶା ପାଇଁ କୃଷି ଓ କୃଷକଙ୍କ ବିକାଶ ବଳିଷ୍ଠ ଭୂମିକା ଗ୍ରହଣ କରିବ । ୫ ବର୍ଷରେ ୧୫ ଲକ୍ଷ ହେକ୍ଟର ଅଣଜଳସେଚିତ ଜମିକୁ ଜଳସେଚନ ଲକ୍ଷ୍ୟ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସିଏମ୍ କିଷାନ୍ ଓ ‘ପିଏମ୍-ସମ୍ମାନ ନିଧି’, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଉନ୍ନତି ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବଲାଙ୍ଗୀରରେ କୃଷି କଲେଜ ଓ ସୋନପୁରରେ ଫିସେରି କଲେଜ ପ୍ରତିଷ୍ଠା କରିବାର ଯୋଜନା ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି । କୃଷି ଓ କୃଷକଙ୍କ ବିକାଶ ପାଇଁ ରାଜ୍ୟ ବଜେଟରେ ଅଧିକ ଆର୍ଥିକ ପ୍ରସ୍ତାବ ଦିଆଯାଇଛି । ଆଗାମୀ ବଜେଟରେ ମଧ୍ୟ ଅଧିକ ବ୍ୟୟବରାଦ କରାଯିବ । ଏହି ଅବସରରେ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ହଜାର ହଜାର କୃଷକଙ୍କ ସହ ବହୁ ବିଧାୟକ, ସଂସଦ ଓ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ ।
ବର୍ଷପୂର୍ତ୍ତିରେ କୃଷକ ଶକ୍ତି ସମାବେଶ, ଚାଷୀଙ୍କୁ ସ୍ବପ୍ନ ଦେଖାଇଲେ ମୋହନ
ବର୍ଷପୂର୍ତ୍ତି ଅବସରରେ ବଲାଙ୍ଗୀରରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସ୍ବପ୍ନ ଦେଖାଇଲେ ମୋହନ ସରକାର ।
/kanak/media/media_files/2025/06/17/SomOZnq7i4HSWxkRXTnY.jpg)