ଏକାଦଶ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ରାଉରକେଲା ଇସ୍ପାତ କାରଖାନାରେ ଯୋଗ ଦିବସ ଆୟୋଜିତ

Advertisment

ଉକ୍ତ ଯୋଗ ଶିବିରରେ ଇସ୍ପାତ ସହରାଞ୍ଚଳରେ ଥିବା ଆରଏସପି କମ୍ୟୁନିଟି ସେଣ୍ଟରଗୁଡିକରେ ପରିଚାଳିତ ଯୋଗାଭ୍ୟାସ କେନ୍ଦ୍ରର ନିୟମିତ ଯୋଗାଭ୍ୟାସକାରୀଙ୍କ ସମେତ ବିଭିନ୍ନ ବୟସବର୍ଗର ବ୍ୟକ୍ତି ଯୋଗ ଦେଇଥିଲେ । 

ଉକ୍ତ ଯୋଗ ଶିବିରରେ ଇସ୍ପାତ ସହରାଞ୍ଚଳରେ ଥିବା ଆରଏସପି କମ୍ୟୁନିଟି ସେଣ୍ଟରଗୁଡିକରେ ପରିଚାଳିତ ଯୋଗାଭ୍ୟାସ କେନ୍ଦ୍ରର ନିୟମିତ ଯୋଗାଭ୍ୟାସକାରୀଙ୍କ ସମେତ ବିଭିନ୍ନ ବୟସବର୍ଗର ବ୍ୟକ୍ତି ଯୋଗ ଦେଇଥିଲେ । 

GSDFGDFDDF

କନକ ବ୍ୟୁରୋ : ରାଉରେକଲା ଇସ୍ପାତ କାରଖାନା (ଆରଏସପି) ଆନୁକୂଲ୍ୟରେ ଜୁନ  ୨୧ ତାରିଖ ପୂର୍ବାହ୍ନରେ ଏକାଦଶ ଆନ୍ତର୍ଜାତିକ ଯୋଗ  ଦିବସ ପାଳନ ଅବସରେର ଆୟୋଜିତ  ଯୋଗ ଅଧିବେଶନରେ ପ୍ରାୟ ୧୦୦ ରୁ ଅଧିକ ଇସ୍ପାତ ସହରବାସୀଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନ ଦେଖିବାକୁ ମିଳିଥିଲା । ସେକ୍ଟର ୨ ଇଣ୍ଡୋ ଜର୍ମାନ କ୍ଲବଠାରେ ପୂର୍ବାହ୍ନରେ ଏହି ଗଣ ଯୋଗାଭ୍ୟାସ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।    

ଆରଏସପି ତଥା ଦୁର୍ଗାପୁର ଇସ୍ପାତ କାରଖାନା ଓ ଇସ୍କୋ ଇସ୍ପାତ କାରଖାନାର ଭାରାପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା, ଦୀପିକା ମହିଳା ସଂଘତିର ଅଧ୍ୟକ୍ଷା ନମ୍ରତା ବର୍ମା,  ମାନବ ସ୍ୱମ୍ବଳ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ତରୁଣ ମିଶ୍ର, କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ପଲାଇ, ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଅନିଲ କୁମାର, ଖଣି ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଏମ୍.ପି ସିଂହ, ଦୀପିକା ମହିଳା ସଂଘତିର ଉପାଧ୍ୟକ୍ଷା ପ୍ରଭାତୀ ମିଶ୍ର, ପ୍ରତିଜ୍ଞା ପଲାଇ, ରୀତା ରାଣୀଙ୍କ ସମେତ ବହୁ ମୁଖ୍ୟ ମହାପ୍ରବନ୍ଧକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଓ ଇସ୍ପାତ ସହରାଞ୍ଚଳର ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ ।

ଉକ୍ତ ଯୋଗ ଶିବିରରେ ଇସ୍ପାତ ସହରାଞ୍ଚଳରେ ଥିବା ଆରଏସପି କମ୍ୟୁନିଟି ସେଣ୍ଟରଗୁଡିକରେ ପରିଚାଳିତ ଯୋଗାଭ୍ୟାସ କେନ୍ଦ୍ରର ନିୟମିତ ଯୋଗାଭ୍ୟାସକାରୀଙ୍କ ସମେତ ବିଭିନ୍ନ ବୟସବର୍ଗର ବ୍ୟକ୍ତି ଯୋଗ ଦେଇଥିଲେ । 

ଆରଏସପି ଯୋଗ ଶିବିର ତଥା ପତଞ୍ଜଳି ଯୋଗ ସମିତି ସୁନ୍ଦରଗଡର ସଭାପତି ଯୋଗଗୁରୁ ଅକ୍ରୁର ମାର୍ଥାଙ୍କ ନେତୃତ୍ୱରେ ଏହି ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଅନିଲ କୁମାର ମଲ୍ଲିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । 

ଇଣ୍ଡୋ ଜର୍ମାନ କ୍ଲବ ଠାରେ ସନ୍ଧ୍ୟାରେ ଅନୁରୂପ ଅନ୍ୟ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଲୋକଙ୍କର ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ପରିଲକ୍ଷିତ ହୋଇଥିଲା । ସେକ୍ଟର ୨୨ କମ୍ୟୁନିଟି ସେଣ୍ଟରରେ ଅନୁଷ୍ଠିତ ଏକ ଯୋଗ ଶିବିରରେ ୧୦୦ ରୁ ଅଧିକ ବ୍ୟକ୍ତି ଭାଗ ନେଇଥିଲେ । ଆର୍ଟ ଅଫ୍ ଲିଭିଙ୍ଗର ଫେକଲ୍ଟି ସୁଶ୍ରୀ ବବଲୀ କୌର ଓ ଆର୍ଟ ଅଫ୍ ଲିଭିଙ୍ଗ ରାଉରକେଲାର ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣକାରୀମାନଙ୍କୁ ଯୋଗାଭ୍ୟାସରେ ମାର୍ଗଦର୍ଶନ କରିଥିଲେ । ଏହି ଅଧିବେଶନଗୁଡିକୁ କ୍ରୀଡା ବିଭାଗର ଡେପୁଟି ମ୍ୟାନେଜର ରଘୁନନ୍ଦନ ପାଢୀଙ୍କ ଦ୍ୱାରା ସହର ସେବା ଓ ସିଏସଆର ବିଭାଗର ସିଜିଏମ୍ ଟି.ଜି କାନେକରଙ୍କ ମାର୍ଗଦର୍ଶନରେ ପରିଚାଳିତ ହୋଇଥିଲା । 

ସେକ୍ଟର ୨୦ ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଷ୍ଟାଫ୍ ବିଦ୍ୟାଳୟରେ ଆନ୍ତର୍ଜାତୀକ ଯୋଗ ଦିବସ ପାଳନ ଅବସରରେ ଅନୁଷ୍ଟିତ ଅନ୍ୟ ଏକ ଯୋଗ ଶିବିରରେ ସାମିଲ ହୋଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ସୁଶ୍ରୀତା ଦାସ ଏହାର ନେତୃତ୍ୱ ନେବା ସହ ଯୋଗର ଉପାଦେୟତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେକ୍ଟର ୨୨ ଇସ୍ପାତ ଇଂରାଜୀ ମାଧ୍ୟମ  ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଷ୍ଟାଫ୍ ବିଦ୍ୟାଳୟରେ ଅନୁଷ୍ଠିତ ଯୋଗ ଶିବିରରେ ସାମିଲ ହୋଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏସ୍ ଏନ୍ ପଣ୍ଡାଙ୍କ ନେତୃତ୍ୱରେ ତଥା ଯୋଗଶିକ୍ଷକ ସୁବ୍ରତ ମେହେରଙ୍କ ମାର୍ଗଦର୍ଶନରେ ଏହା ଅନୁଷ୍ଠିତ ହୋଇଥିଲା । ବିଗନର୍ସ ଏକାଡେମୀ ଦ୍ୱାରା ମଧ୍ୟ ଏକ ଯୋଗ ଅଧିବେଶନ ଆୟୋଜିତ ହୋଇଥିଲା । ଯେଉଁଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଷ୍ଟାଫ୍ ଅଂଶଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ ଯେ, ଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ତଥା ଶିଳ୍ପ ସହରବାସୀଙ୍କୁ ସୁସ୍ଥ ଜୀବନଧାରଣ ନିମନ୍ତେ ଅନୁପ୍ରେରିତ କରିବା ଲକ୍ଷ୍ୟରେ ଆରଏସପି ଦ୍ୱାରା ୧୫ ଟି ଯୋଗାଭ୍ୟାସ କେନ୍ଦ୍ର ପରିଚାଳନା କରାଯାଉଛି । ଯାହା ଇସ୍ପାତ ସହରର ବିଭିନ୍ନ କମ୍ୟୁନିଟି ସେଣ୍ଟରରେ ନିୟମିତ ରୂପେ କାର୍ଯ୍ୟ କରୁଛି । 
  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe