କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କେନ୍ଦ୍ରାପଡ଼ା ଗସ୍ତରେ ଯାଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବାବଦରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ଢେଙ୍କାନାଳ ଗସ୍ତରେ ଯାଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖାସ କରି ଜିଲ୍ଲାରେ ହେବାକୁ ଥିବା ଶିଳ୍ପଗୁଡିକ ପାଇଁ ଆନୁସଙ୍ଗିକ ବ୍ୟବସ୍ଥାର ତଦାରଖ କରିଛନ୍ତି । ସମ୍ବଲପୁରରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପହଞ୍ଚି ଚାଷୀଙ୍କ ସହ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଛନ୍ତି । 

Advertisment

 

ଜିଲ୍ଲାକୁ ଜିଲ୍ଲା ବୁଲି ମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ବାବଦରେ ସମୀକ୍ଷା କରୁଛନ୍ତି । ଏହା ପରେ ଦ୍ବିତୀୟ ବର୍ଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯିବ । ବିକାଶ ମୂଳକ କାମ ଓ କେନ୍ଦ୍ର ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚିଛି କି ନାହିଁ ତାହାର ଗ୍ରାଉଣ୍ଡ ରିପୋର୍ଟ ଦେବେ । ବର୍ଷେ ପୂର୍ତ୍ତି ପୂର୍ବରୁ ୩୦ ଜିଲ୍ଲା ଗସ୍ତ ଶେଷ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସରକାରରେ ସାଧାରଣ ଲୋକ ଓ ସରକାରଙ୍କ ମଧ୍ୟରେ କୃତ୍ରିମ ପାଚେରୀ ଭାଙ୍ଗିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ମନ୍ତ୍ରୀଙ୍କ ସମୀକ୍ଷା ପ୍ରଶାସନ ବ୍ୟବସ୍ଥାକୁ କେତେ କ୍ରିୟାଶୀଳ କରୁଛି ତାହା ଦେଖିବା ବାକି ରହିଲା ।