କନକ ବ୍ୟୁରୋ: ଜଗା ଦର୍ଶନରୁ ଆରମ୍ଭ ହୋଇ ଜନ୍ମମାଟିରେ ଶେଷ ହେଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ । ଆଜି ଶିମିଳିପାଳନ ଯିବେ ଦ୍ରୌପଦୀ ମର୍ମୁ। ସେଥିପାଇଁ ସବୁ ପ୍ରସ୍ତୁତି ସରିଛି। ଆଜି ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଅଧିକ ପଢନ୍ତୁ: ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ, ଶିମିଳିପାଳ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ପାହାଡ଼ପୁର ମୁର୍ମୁ ଛକରେ ତାଙ୍କ ସ୍ବାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିବେ। ଏହାପରେ ଏସଏଲଏସ, ଏଲଏନଟି, ସ୍କିଲ ହବ୍ରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଏହାପରେ ଜଗନ୍ନାଥ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା ଓ ଆଳତୀ କରିବା ପରେ ଲୋକଙ୍କ ସହ ଆଲୋଚନା କରିବେ। ଏହାପରେ ଶିମିଳିପାଳ ଅଭିମୁଖେ ଯିବେ ରାଷ୍ଟ୍ରପତି। ଆଜି ଶିମିଳିପାଳ ଯାଇ ରାତ୍ରିଯାପନ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/02/05/president-of-india-2026-02-05-10-51-07.jpg)