କନକ ବ୍ୟୁରୋ : ବାଲିପାଟଣାରେ ମନ୍ଦିରରୁ ଚୋରି ଥମିବାର ନାଁ ଧରୁନି । କିଛି ଦିନ ପୂର୍ବରୁ ଷୋଳ ପୂଜାରେ ଭାପୁର ବେଲେଶ୍ୱର ମନ୍ଦିର ଏବଂ ଦେୱାନ ପାଟଣା ମା ଦୁଲ୍ଲାଦେବୀ ଙ୍କ ମନ୍ଦିରରୁ ଦୁର୍ବୃତ ବିପୁଳ ପରିମାଣରେ ସୁନା, ରୁପା ଅଳଙ୍କାର , ଅଷ୍ଟଧାତୁ ମୂର୍ତ୍ତି ସହ ଠାକୁରଙ୍କ ବାସନ ଓ ବହୁ ନାଗ ମୂର୍ତ୍ତି ପ୍ରଭୁତି ଚୋରି କରି ଧରାପଡିଲେ । ଜଗସିଂହପୁର ଏବଂ ବାଲିପାଟଣା ପୁଲିସର ମିଳିତ ଉଦ୍ୟମରେ ବିଭିନ୍ନ ସ୍ଥାନର ୧୨ଟି ମନ୍ଦିରରେ ହୋଇଥିବା ଲୁଟ ସାମଗ୍ରୀ ଜବତ କରି ୩ ଜଣଙ୍କୁ କୋର୍ଟ ଚାଲଣ କରାଯାଇଥିଲା ।
ଏହି ଘଟଣାର ଚର୍ଚ୍ଚା ଥମି ନ ଥିବା ବେଳେ ଆଉ ଏକ ମନ୍ଦିରରୁ ଚୋରି ଆଲୋଡନ ସୃଷ୍ଟି କରିଛି । ଶନିବାରରେ ଶନି ଠାକୁରଙ୍କ ସୁନାର ଆଖି ଓ ରୁପା ମୁକୂଟ ଦୁର୍ବୁତ୍ତମାନେ ତାଡି ନେଇଛନ୍ତି । ଘଟଣାଟି ବନମାଳୀପୁର ଫାଣ୍ଡି ଆମଣାକୁଦ ପଞ୍ଚାୟତ କୁଦ ପାଟଣାରେ ଘଟିଛି । ଆଜି ସକାଳୁ ପୂଜକ ମନ୍ଦିର ଖୋଲିବାକୁ ଆସିବା ବେଳେ ମନ୍ଦିର ତାଲା ଭଙ୍ଗା ଯାଇଥିବା ଦେଖି ଗାଁ ଲୋକଙ୍କୁ ଖବର କରିଥିଲେ । ଖବର ପାଇ ବନମାଳୀପୁର ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ମନ୍ଦିର ରେ ଲାଗିଥିବା ସିସି ଟିଭିରେ ଚୋରି ବେଳ ର ଦୃଶ୍ୟ କଏଦ ହୋଇଛି । ୨ ଜଣ ଦୁର୍ବୁତ୍ତ ଆଜି ଭୋର ପ୍ରାୟ ସାଢେ ୪ ଟା ରେ ମନ୍ଦିରରେ ପଶିଥିଲେ । ସେମାନେ ରେନି କୋର୍ଟ, ଟୋପି , ପାଦରେ ଚପଲ ପିନ୍ଧି ମୁହଁ ରେ କପଡା ବାନ୍ଧି ଥିବା ଦେଖା ଯାଇଛି । ଗ୍ୟାସ କଟର ସାହାଯ୍ୟରେ ମନ୍ଦିର ତାଲା କାଟି ଭିତରକୁ ପଶି ଅଳଙ୍କାର ଲୁଟ କରି ଚମ୍ପଟ ମାରିଛନ୍ତି । ଠାକୁରଙ୍କ ଅଳଙ୍କାର ଲୁଟ୍ ଶୁଣି ସ୍ଥାନୀୟ ଲୋକେ ଗଭିର ମର୍ମାହତ ହୋଇଛନ୍ତି ।