କନକ ବ୍ୟୁରୋ : ଆଜି ନବରାତ୍ରି ପୂଜାର  ତୃତୀୟ ଦିନ । ଚନ୍ଦ୍ରଘଣ୍ଟା ରୂପରେ ଦର୍ଶନ ଦେବେ ଦେବୀ ଦୁର୍ଗା । ଏଥିପାଇଁ ବିଭିନ୍ନ ଶକ୍ତି ପୀଠରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି । ତେବେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ନବରାତ୍ରି ଅବସରରେ ଉତ୍ସବ ମୁଖର ହୋଇଛି ପରିବେଶ । ସକାଳୁ ସକାଳୁ ଶ୍ରଦ୍ଧାଳୁ ମାନେ ଲମ୍ବା ଲାଇନ କରି ମାଙ୍କ ପାଦ ସ୍ପର୍ଶ କରୁଥିବା ବେଳେ ସନ୍ଧ୍ୟରେ ରଥଯାତ୍ରା ଅନୁଷ୍ଠିତ ହେବ ।  ସେପଟେ ବାଙ୍କୀ ଚର୍ଚ୍ଚିକା ପୀଠରେ ନବରାତ୍ରୀ ପୂଜା ପାଇଁ ଚଳଚଞ୍ଚଳ ପୀଠ । ସେପଟେ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ଚାଲିଛି ନବରାତ୍ର ପୂଜା । ମାଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । 

Advertisment