ମାତୃ ଦିବସରେ ଅଲୋଡା ମାଆ । କେନ୍ଦୁଝର ଓ ଚୌଦ୍ୱାରରୁ ଆସିଲା ମାଆ ମାନଙ୍କର ଦୁଃଖଭରା  କାହାଣୀ

କିଏ ନିଜ ପୁଅ ବହୁର ନିର୍ଯାତନା  ସହି ପାରିନାହିଁ, କିଏ ବାର୍ଦ୍ଧ୍ୟକ ଅବସ୍ଥାରେ ପାରିବାର ପାଇଁ ବୋଝ ପାଲଟି ଯାଇଛନ୍ତି, ଏପରି ଅବସ୍ଥାରେ ସେମାନଙ୍କ ଶେଷ ସାହାରା ପାଲଟିଛି ବୃଦ୍ଧାଶ୍ରମ।  ଏପରି କିଛି ମାଆଙ୍କ କୋହଭରା ଦୁଃଖ କାହାଣୀ ଆଖିରେ ଲୁହ ଆଣିଦେବ। ନିଜର ଧନସମ୍ପତ୍ତି ପରିବାର ସବୁଥାଇବି ଜଣେ ମାଆ ବୃଦ୍ଧାଅବସ୍ଥାରେ ବୃଦ୍ଧାଶ୍ରମରେ  ଦିନ କାଟିବା ଆଜିର ଦିନରେ ସମସ୍ତଙ୍କୁ ବ୍ୟଥିତ କରିବ ।  

mothereeeeeeeeeeeee

କନକ ବ୍ୟୁରୋ : ଭାବ ଓ ଅର୍ଥରେ ମାଆର ସ୍ବରୂପ ସେତିକି ବଡ ସେତିକି ମହାନ୍ । ଆଉ ଏହି ଉକ୍ତି ପ୍ରମାଣିତ ହୋଇଛି ନିଆଳି ବ୍ଲକ ଅନ୍ତର୍ଗତ ଅଳୋଁ ପଂଚାୟତର ଗୋବିନ୍ଦରାମପାଟଣା ଗାଁର ଦୀପାଞ୍ଜଳୀ ଦାସଙ୍କ କ୍ଷେତ୍ରରେ । ୧୯ ବର୍ଷ ହେଲା ଭେଣ୍ଡିଆ ପୁଅକୁ ନିଜ କାନ୍ଧରେ ପକାଇ ଛାତରି କୋହକୁ ଚାପି  ଆଖିର ଲୁହକୁ ପିଇ ଜୀବନର ଅଙ୍କା ବଙ୍କା ରାସ୍ତା ଚାଲୁଛନ୍ତି । ପୁଅ ବବୁଲ ଦାସଙ୍କୁ ପକ୍ଷାଘାତ ହେବା ଦିନଠୁ ମାଆ ଦୀପାଞଳୀ ହିଁ ସବୁକିଛି । ବବୁଲ ୪ର୍ଥ ଶ୍ରେଣୀରେ ପାଠପଢୁଥିବାବେଳେ ହଠାତ ପଡିଯାଇଥିଲେ । ସେହିଦିନଠାରୁ ପକ୍ଷାଘାତରେ ପୀଡିତ ହୋଇଛନ୍ତି । ଆଉ ସେହିଦିନଠାରୁ ପୁଅର ସବୁ ଦାୟିତ୍ବ  ନେଇଛନ୍ତି ।

ମାଆ ଏମିତି ଏକ ଶବ୍ଦ, ଲେଖିଦେବା ସହଜ, କିନ୍ତୁ ବର୍ଣ୍ଣନା କରିବା ଅସମ୍ଭବ। ସନ୍ତାନ ଜନ୍ମ ପରେ ପ୍ରଥମେ ମାଆର ରାହା ନିଏ । ହେଲେ ଏ ମାଆ ଆଜି ନିଜ ପରିବାର ପାଇଁ ଅଲୋଡ଼ା ହୋଇଯାଇଛନ୍ତି । ଏ ହେଉଛନ୍ତି କଟକ ଚୌଦ୍ବାର ଅଞ୍ଚଳର ସଞ୍ଜୁ ମାଉସୀ । ପୁଅ ଜନ୍ମ ପରେ ଭାବିଥିଲେ, ସେ ତାଙ୍କ ଶେଷ ସମୟରେ ଆଶାର ବାଡ଼ି ହେବ । କିନ୍ତୁ ପୁଅ ବାହା ହେଲା ପରେ ମା'କୁ ବୃଦ୍ଧାଶ୍ରମରେ ଛାଡ଼ି ଦେଲା। ଅସୁସ୍ଥ ଥିବାବେଳେ ଖବର ଦେଲେ ବି କେହି ଆସିଲେନି। ଏମିତିକି ମୃତ୍ୟୁ ପରେ କାନ୍ଧରେ ନେଲେନି କି ମୁଖାଗ୍ନି ଦେଲେନି।  ସାମାଜିକ ସଂଗଠନ କର୍ମକର୍ତ୍ତାମାନେ ସଞ୍ଜୁ ମାଉସୀଙ୍କ ଶେଷକୃତ୍ୟ କରିଛନ୍ତି ।

କିଏ ନିଜ ପୁଅ ବହୁର ନିର୍ଯାତନା  ସହି ପାରିନାହିଁ, କିଏ ବାର୍ଦ୍ଧ୍ୟକ ଅବସ୍ଥାରେ ପାରିବାର ପାଇଁ ବୋଝ ପାଲଟି ଯାଇଛନ୍ତି, ଏପରି ଅବସ୍ଥାରେ ସେମାନଙ୍କ ଶେଷ ସାହାରା ପାଲଟିଛି ବୃଦ୍ଧାଶ୍ରମ।  ଏପରି କିଛି ମାଆଙ୍କ କୋହଭରା ଦୁଃଖ କାହାଣୀ ଆଖିରେ ଲୁହ ଆଣିଦେବ। ନିଜର ଧନସମ୍ପତ୍ତି ପରିବାର ସବୁଥାଇବି ଜଣେ ମାଆ ବୃଦ୍ଧାଅବସ୍ଥାରେ ବୃଦ୍ଧାଶ୍ରମରେ  ଦିନ କାଟିବା ଆଜିର ଦିନରେ ସମସ୍ତଙ୍କୁ ବ୍ୟଥିତ କରିବ ।  

 ନିଜର ଧନସମ୍ପତ୍ତି ପରିବାର ସବୁଥାଇବି ଜଣେ ମାଆ ବୃଦ୍ଧାଅବସ୍ଥାରେ ବୃଧାଶ୍ରମରେ ଦିନ କାଟିବା ଆଜିର ସଭ୍ୟ ସମାଜ ପ୍ରତି ଅପମାନ ଦେଉ ନାହିଁକି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe