କନକ ବ୍ୟୁରୋ : ଅବସର ଦିନ ହେଲା ଜୀବନର ଶେଷ ଦିନ । ଚାକିରି ସରିଲା, ଜୀବନ ଖାତାରୁ ବି ଫର୍ଦ୍ଦ ସରିଗଲା । ଆୟୁଷ କ୍ୟାଲେଣ୍ଡର ସମୟ ସରିଗଲା । ଆରପାରିକୁ ଚାଲିଗଲେ ପିଇଓ ଭୀମସେନ ପ୍ରଧାନୀ । ମାଲକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ ପୁଟଗାଁରୁ ଆସିଛି ଏପରି ଅଭାବନନୀୟ ମୃତ୍ୟୁର କାହାଣୀ ।
ନବରଙ୍ଗପୁର କୋଷାଗୁମୁଡା ବ୍ଲକରେ କାର୍ଯ୍ୟରତ ଥିଲେ ପିଇଓ ଭୀମସେନ ପ୍ରଧାନୀ । ମେ' ୩୧ ତାରିଖ ତାଙ୍କ କର୍ମମୟ ଜୀବନର ଶେଷ ଦିନ ଥିଲା । ତାଙ୍କ ଅବସରକୁ ଆନନ୍ଦମୟ କରିବା ପାଇଁ ଇନ୍ଦୋରରୁ ଆସିଥିଲେ ସଂପର୍କୀୟ । ପୁଟଗାଁ ଘରେ ସମସ୍ତେ ଏକାଠି ହୋଇଥିଲେ । ହେଲେ ଚାକିରିରୁ ଅବସର ନେବା ଆଗରୁ ହୃତଘାତରେ ଭୀମସେନଙ୍କ ମୃତ୍ୟୁ ଘଟିଛି । ଯାହାକୁ କେହି ଗ୍ରହଣ କରିପାରୁନାହାନ୍ତି ।
ଏ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି । ହସଖୁସି, ଲୁହରେ ଭିଜି ଯାଇଛି ।