କନକ ବ୍ୟୁରୋ: ଏକାମ୍ର ବିଧାୟକ ବାବୁ ସିଂଙ୍କ ବୟାନକୁ ନେଇ ଏବେ ଭାରି ଚର୍ଚ୍ଚା । ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସିଧା ରୋକଠୋକ କହିଲେ ଏଥର ଖଣ୍ଡଗିରିରେ ଯିଏ ଅଶ୍ଳୀନ ନାଚ କରିବ ତାକୁ ମାଡ଼ ହେବ । ଖାଲି ମାଡ଼ ହେବ ତାହା ନୁହେଁ ସିରିୟସ୍‌ ମାଡ଼ ହେବ ବୋଲି କହିଲେ ବାବୁ ସିଂ । ମାଡ଼ ପାଇଁ କୁଆଡ଼େ ୧୦୦ ଠେଙ୍ଗା କିଣାଯାଇଛି । ହେଲେ ଶାସକ ଦଳର ବିଧାୟକ ଥାଇ ବି ଏମିତି କେମିତି ବୟାନ ଦେଲେ ତାହାକୁ ନେଇ ଚର୍ଚ୍ଚା ଜୋର । 

Advertisment

ଖଣ୍ଡଗିରି ଯାତ୍ରାକୁ ନେଇ ବଢୁଛି ଚର୍ଚ୍ଚା
ଏକାମ୍ର ବିଧାୟକ ଦେଲେ ଚେତାବନୀ
କହିଲେ, ୧୦୦ ଠେଙ୍ଗା କିଣାଯାଇଛି
ଅଶ୍ଲୀଳ ନାଚ କରିବ ତ ମାଡ଼ ଖାଇବ
ଅଶ୍ଳୀଳ ନାଚ ଉପରେ ରୋକ ଲଗାଇଛି ପ୍ରଶାସନ
ନାଚ ପାଇଁ ବିଏମସି ମଧ୍ୟ ଦେଇନି ସହମତି

ଖଣ୍ଡଗିରି ଯାତ୍ରା ଯେତିକି ଯେତିକି ପାଖେଇ ଆସୁଛି, ଅଶ୍ଳୀଳ ନୃତ୍ୟର ବିବାଦ ସେତିକି ସେତିକି ବଢୁଛି । ଯେହେତୁ ଯାତ୍ରାକୁ ପରିବାରର ଲୋକଙ୍କ ସହ ପିଲାଛୁଆ ଆସୁଛନ୍ତି ତେଣୁ ଅଶ୍ଲୀଳ ନୃତ୍ୟ ହେଉଥିବାରୁ ଏହା ପିଲାଙ୍କ ଉପରେ ପ୍ରଭାବ ପକାଉଛି । ଖାଲି ପିଲା କାହିଁକି ବରଂ ସମାଜ ଉପରେ ବି କୁପ୍ରଭାବ ପକାଉଛି । ତେଣୁ ନିଷ୍ପତ୍ତି ଅନୁସାରେ ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ୟ ବ୍ୟାନ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ପ୍ରସ୍ତାବ ଉପରେ ପ୍ରଶାସନ ମୋହର ବି ମାରିଥିଲା । ଆଉ ଶେଷରେ ନିଷ୍ପତ୍ତି ହୋଇଥିଲା କି, ଖଣ୍ଡଗିରିରେ ଅଶ୍ଳୀଳ ଡ୍ୟାନ୍ସ ବନ୍ଦ ହେବ । ହେଲେ ଏହାପରେ କାହିଁକି ବାବୁ ସିଂ ଏମିତି ବୟାନ ଦେଲେ ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । 

ମାଘ ସପ୍ତମୀରୁ ଆରମ୍ଭ ହୁଏ ଖଣ୍ଡଗିରି ଯାତ୍ରା । ମାଘମେଳା ପାଇଁ ଖଣ୍ଡଗିରିରେ ବିଭିନ୍ନ ଯାତ୍ରା କମିଟି ପକ୍ଷରୁ ପ୍ରତିଯୋଗିତା ବି ହୁଏ । ହେଲେ ଏଥର ଯାତ୍ରାରୁ ସଂପୂର୍ଣ୍ଣ ଅଶ୍ଳୀଳତା ଦୂରେଇ ରହିବ ବୋଲି ନିଆଯାଇଥିବା ନିଷ୍ପତ୍ତିକୁ ନେଇ ଏବେ ଭାରି ଚର୍ଚ୍ଚା ।