କନକ ବ୍ୟୁରୋ : କ୍ଷମତାକୁ ଆସୁ ଆସୁ ଗୋଟିଏ ପରେ ଗୋଟିଏ ଘୋଷଣାକୁ କାର୍ୟ୍ୟକାରୀ କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।ଶପଥ ନେବା ପରେ ଟ୍ରମ୍ପ ଏକ ବଡ ଘୋଷଣା କରିଥିଲେ ଓ ସେନାରୁ ତୃତୀୟଲିଙ୍ଗୀଙ୍କୁ ବାଦ ଦିଆଯିବ ବୋଲି କହିଥିଲେ । ଯାହାକୁ ଏବେ କାଯ୍ୟକାରୀ କରାଯିବ ସୂଚନା ଅନୁସାରେ ଯେଉଁମାନେ ସେନାରେ ଅଛନ୍ତି ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ ଓ ନୂଆ ଭର୍ତ୍ତିକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରାଯାଇଛି । ଏଥିସହ ସେନାରେ ସମସ୍ତ ପ୍ରକାର ଲିଙ୍ଗ ପରିବର୍ତ୍ତନ ପ୍ରକ୍ରିୟାକୁ ବନ୍ଦ କରାଯିବାକୁ ନିଷ୍ପତି ନିଆଯାଇଛି । ନିଜ ଶପଥ ପାଠ ଦିନ ଟ୍ରମ୍ପ କହିଥିଲେ ତୃତୀୟଲୀଙ୍ଗିଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ । ଆମେରିକା ପରି ଶକ୍ତିଶାଳୀ ରାଷ୍ଟ୍ର ସୁରକ୍ଷା ପ୍ରସଙ୍ଗରେ ଆଉ କୌଣସି ବୁଝାମଣା କରିବନି । ତୃତୀୟଲିଙ୍ଗୀ ସେନାରେ ରହିବା ଭବିଷ୍ୟତରେ ହାନିକାରକ ହୋଇପାରେ । ତେଣୁ ସେନାରୁ ଏମାନଙ୍କୁ ବାଦ ଦିଆଯାଉଛି ।୨୦୨୬ରେ ତତକାଳୀନ ବାରାକ ଓବାମା ସରକାର ଶାସନଙ୍କ ସମୟରେ କଟକଣା କୋହଳ କରାଯାଇଥିଲା ।ସେନାର ତୃତୀୟଲିଙ୍ଗୀଙ୍କ ଭର୍ତ୍ତିକୁ ସହଜ କରାଯାଇଥିଲା
-ତୃତୀୟଲିଙ୍ଗୀକୁ ଟ୍ରମ୍ପ ଝଟକା
-ସେନାରେ ତୃତୀୟଲିଙ୍ଗୀ ଭର୍ତ୍ତି ସମ୍ପୂର୍ଣ୍ଣ ବନ୍ଦ
-କାର୍ୟ୍ୟରେ ଥିଲେ ଅବସର ଦିଆଯିବ
-୨୦୨୧ର ବାଇଡେନ ସରକାରଙ୍କ ନିୟମ ରଦ୍ଦ
-ଆମେରିକା ସେନାରେ ୧୫ହଜାର ତୃତୀୟଲିଙ୍ଗୀ କାର୍ୟ୍ୟରତ
-ଏମାନଙ୍କ ସ୍ଥାନରେ କରୋନା ସମୟରେ ବିଦା ହୋଇଥିବା ସୈନିକଙ୍କୁ ପୁଣି ଭର୍ତ୍ତି କରାଯିବ
-ନୂଆ ୮ହଜାର ସୈନିକଙ୍କୁ ଭର୍ତ୍ତି କରାଯିବା ସୂଚନା
-୨୦୧୭ରେ ସେନାରୁ ତୃତୀୟଲିଙ୍ଗୀକୁ ସାମୟିକ ଭାବେ ବାଦ ଦେଇଥିଲେ ଟ୍ରମ୍ପ
-୨୦୨୧ରେ ବାଇଡେନ ସରକାର କଟକଣା ହଟାଇଥିଲେ