କନକ ବ୍ୟୁରୋ : ପବିତ୍ର ମହାଳୟା ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀ। ମାଆଙ୍କର ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ସକାଳୁ ସକାଳୁ ମନ୍ଦିରରେ ଲାଗିଥିଲା ହଜାର ହଜାର ଭକ୍ତଙ୍କ ଭିଡ଼ । ମଙ୍ଗଳ ଆଳତୀ ପରେ ପ୍ରାତଃ ୫ଟାରୁ ଦର୍ଶନ ଆରମ୍ଭ ହୋଇଥିଲା। ନବରାତ୍ରୀର ପ୍ରଥମ ଦିନରେ ସରସ୍ବତୀ ବେଶରେ ଦର୍ଶନ ଦେବେ ମାଆ ସମଲେଇ। ମାଙ୍କ ପୀଠରେ ନବରାତ୍ରି ଅବସରରେ ଜଳିବ ୫ହଜାର ଦୀପ ।
ଏପଟେ ମହାଳୟା ତିଥିରେ ଶ୍ରୀକ୍ଷେତ୍ରରେ ମହୋଦଧି ସହ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିଛନ୍ତି ଶ୍ରଦ୍ଧାଳୁ । ମନ୍ଦିର ବାହାରେ ଏଠି ବି ଚାଲିଛି ପିଣ୍ଡଦାନ। ବିଶ୍ବାସ ରହିଛି ମହାଳୟା ତିଥିରେ ପିଣ୍ଡଦାନ ସହ ବ୍ରାହ୍ମଣଙ୍କୁ ଭୋଜନ କରାଇଲେ ପିତୃପୁରୁଷ ମୋକ୍ଷ ପ୍ରାପ୍ତି କରିଥାନ୍ତି । ଏପଟେ ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନବ ଦିନବ୍ୟାପୀ ଶାକ୍ତ ଗୁଣ୍ଡିଚା ବା ଗୁପ୍ତଗୁଣ୍ଡିଚା ଯାତ୍ରା ।
ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପିଣ୍ଡ ଦାନ କରିଛନ୍ତି ଶ୍ରଦ୍ଧାଳୁ। ବିନ୍ଦୁସାଗରରେ ପରଂପରା ଅନୁଯାୟୀ ପିଣ୍ଡଦାନ କରିବା ସହ ଶ୍ରଦ୍ଧାଳୁମାନେ ତିଳତର୍ପଣ କରିଛନ୍ତି।