କନକ ବ୍ୟୁରୋ : କେନ୍ଦୁଝରର ଆଦର୍ଶ ଶିକ୍ଷକ କଳେବର ସାର୍ । ଦୀର୍ଘ ୭ବର୍ଷ ଧରି ୫କିଲୋମିଟର୍ ବାଟ ପାହଡ ଚଢି ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି । ଜଙ୍ଗଲ, ପାହାଡ ରାସ୍ତାରେ ପ୍ରତିଦିନ ବଣ୍ୟଜନ୍ତୁଙ୍କର ଭୟ ରହିଛି । ହେଲେ ତାକୁ ଖାତିର୍ ନକରି ଖରା, ବର୍ଷାରେ  ପାହାଡ଼ ଚଢ଼ି ପାଠପଢ଼ାଇବାକୁ ଆସୁଛନ୍ତି । କଳେବର ସାରଙ୍କର ଏଭଳି ଉତ୍ସର୍ଗୀକୃତ ଶିକ୍ଷାଦାନ ଉଦାହରଣ ସୃଷ୍ଟି କରିଛି । କେନ୍ଦୁଝର ବାଂଶପାଳ ବ୍ଲକ ଉପର କାଦକଳା ଗାଁରୁ ଆସିଛି ଏଭଳି ଚିତ୍ର । ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କଳେବର ମହାନ୍ତ ପ୍ରତିଦିନ ୫କିଲୋମିଟର ବାଟ ଖଣ୍ଡାଧାର ପାହାଡ ଚଢି ବିଦ୍ୟାଳୟକୁ ଆସନ୍ତି । କେବଳ ପାହାଡ ନୁହେଁ, ଏଠାରେ ଥିବା ଘଞ୍ଚ ଜଙ୍ଗଲରେ ରହିଛି ବନ୍ୟଯନ୍ତୁଙ୍କର ଭୟ । ୫କିଲୋମିଟର ବାଟ ଅତିକ୍ରମ କରିବା ପାଇଁ ତାଙ୍କୁ ଲାଗିଯାଏ ଏକ ଘଣ୍ଟା ଲାଗିଥାଏ । ଶିକ୍ଷାଦାନ କ୍ଷେତ୍ରରେ କଳେବର ସାରଙ୍କର ଏଭଳି କାମ ପାଇଁ ସବୁମହଲରୁ ଛୁଟିଛି ପ୍ରଶଂସାର ସୁଅ । ଉପର କାଦକଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଶହେରୁ ଅଧିକ ପିଲା ପାଠ ପଢନ୍ତି । ଗାଁର ରାସ୍ତା ସମସ୍ୟା ପାଇଁ ଶତାଧିକ ଲୋକେ ନିଜର ନିତିଦିନିଆ କାମ, ଭତ୍ତା, ପିଡିଏସ୍ ସାମଗ୍ରୀ, ସ୍ବାସ୍ଥ୍ୟସେବା ଆଦି ପାଇଁ ଜଙ୍ଗଲ, ପାହାଡ ଡେଇଁ ତଳକାଦକଳା ଯାଇଥାନ୍ତି ।  ନୂତନ ସରକାରଙ୍କ ଠାରୁ ଗାଁ ସମସ୍ୟାର ସମାଧାନ ଆଶା ରଖିଛନ୍ତି ଗ୍ରାମବାସୀ ।

Advertisment