କନକ ବ୍ୟୁରୋ : ଆଜି ରିଲିଜ ହୋଇଛି ବହୁ ଚର୍ଚ୍ଚିତ ୧୯୧୯ ମସିହାର ଜାଲିୱାନାୱାଲାବାଗ  ହତ୍ୟାକାଣ୍ଡର ହୃଦୟସ୍ପର୍ଶୀ କାହାଣୀ ଉପରେ ଆଧାରିତ ଫିଲ୍ମ କେସରୀ ଚାପ୍ଟର ଟୁ । ଫିଲ୍ମରେ ମୁଖ୍ୟ ଚରିତ୍ରରେ ରହିଛନ୍ତି ଅଭିନେତା ଅକ୍ଷୟ କୁମାର । ଅକ୍ଷୟଙ୍କ ବ୍ୟତୀତ, 'କେସରୀ ଚାପ୍ଟର ୨'ରେ ଆର. ମାଧବନ୍ ଏବଂ ଅନନ୍ୟା ପାଣ୍ଡେ ମଧ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ମଧ୍ୟ ଜଣେ ଓକିଲ ଭୂମିକାରେ ଦେଖିବାକୁ ମିଳିଛି ।  ସେ ଜଣେ ନିର୍ଭୀକ ଓକିଲ ଭାବରେ ସି.ଶଙ୍କରନ୍ ନାୟରଙ୍କ ଭୂମିକାରେ ନଜର ଆସିଛନ୍ତି । ଏଥିସହ କୋର୍ଟରେ ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ଲଢ଼େଇ ଲଢ଼ୁଥିବାର ଅକ୍ଷୟଙ୍କୁ ଦେଖିବାକୁ ମିଳିଛି । ଫିଲ୍ମକୁ ରିଲିଜର ପ୍ରଥମ ଦିନରେ ଭଲ ରେସପନ୍ସ ମିଳିଥିବା ଜଣାପଡିଛି ।