ଖରାଦିନେ ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି: କଟକ କେଶରପୁର ରାସ୍ତା ପାଲଟିଛି ପୋଖରୀ

Advertisment

ଟାଇଁ ଟାଇଁ ଖରାରେ ରାସ୍ତାରେ ଲହଡି ଭାଙ୍ଗୁଛି ପାଣି । ନାଳ ପାଣି ରାସ୍ତାରେ ଚାଲୁଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି କଟକ କେଶରପୁର ବାସିନ୍ଦା । ନିୟମିତ ନାଳ ସଫା ହେଉ ନଥିବାରୁ ଏପରି ଅବସ୍ଥା ।

ଟାଇଁ ଟାଇଁ ଖରାରେ ରାସ୍ତାରେ ଲହଡି ଭାଙ୍ଗୁଛି ପାଣି । ନାଳ ପାଣି ରାସ୍ତାରେ ଚାଲୁଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି କଟକ କେଶରପୁର ବାସିନ୍ଦା । ନିୟମିତ ନାଳ ସଫା ହେଉ ନଥିବାରୁ ଏପରି ଅବସ୍ଥା ।

31sadf

Photograph: (kanaknews)

କନକ ବ୍ୟୁରୋ: ଟାଇଁ ଟାଇଁ ଖରାରେ ରାସ୍ତାରେ ଲହଡି ଭାଙ୍ଗୁଛି ପାଣି । ନାଳ ପାଣି ରାସ୍ତାରେ ଚାଲୁଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି କଟକ କେଶରପୁର ବାସିନ୍ଦା । ନିୟମିତ ନାଳ ସଫା ହେଉ ନଥିବାରୁ ଏପରି ଅବସ୍ଥା । ବାରମ୍ୱାର ଏନେଇ ଅଭିଯୋଗ ପରେ ମଧ୍ୟ କେହି ଶୁଣୁନଥିବାରୁ ଅସନ୍ତୋଷ ଝାଡ଼ିଛନ୍ତି ସ୍ଥାନୀୟ ଲୋକ ।  

କଟକ କେଶରପୁର ରାସ୍ତାରେ ଖରାଦିନେ ରାସ୍ତା ଉପରେ ପାଣି ଚାଲୁଛି । ଡ୍ରେନ ସମସ୍ୟା ଯୋଗୁଁ ରାସ୍ତାର ଏମିତି ଅବସ୍ଥା । ନିୟମିତ ବ୍ୟବଧାନରେ ଡ୍ରେନ ସଫା ହେଉନାହିଁ, ଫଳରେ ରାସ୍ତାରେ ପାଣି ଜମିକି ରହୁଛି । ଘରେ ମଧ୍ୟ ପାଣି ପଶୁଛି । ଲୋକମାନେ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡ୍ରେନ ପାଣି ଜମା ହେବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । 

ବର୍ଷ ବର୍ଷ ଧରି ଏଭଳି ସମସ୍ୟା ସହ ଅଭ୍ୟସ୍ତ ହୋଇଗଲେଣି କଟକ ବାସିନ୍ଦା । ଯେତେ କହିଲେ ମଧ୍ୟ ସମସ୍ୟାର ସମାଧାନ ହେଉ ନାହିଁ । ଖରାଦିନେ ଯଦି ଏମିତି ଅବସ୍ଥା, ତାହାଲେ ଭାବନ୍ତୁ ବର୍ଷା ଦିନେ କଣ ହେଉଥିବ । ସାମାନ୍ୟ କାଳବୈଶାଖୀ ବର୍ଷାରେ ଜଳବନ୍ଦୀ ହେଉଛି କଟକ । 

ଏଠି ପ୍ରଶ୍ନ ଉଠୁଛି, କଟକ ସହରର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ହେଲେ ଡ୍ରେନ ସମସ୍ୟାର ସମାଧାନ ହେଇପାରୁନି । ଏବେ ଦେଖିବାର କଥା କେବେ ଜଳବନ୍ଦୀରୁ ମୁକ୍ତ ହେଉଛି କଟକ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe