ମାଫିଆଙ୍କ ଭୂସ୍ୱର୍ଗ କୋଇଡ଼ା ଖଣି ଅଞ୍ଚଳ ; ଦିନ ଦିପହରେ ଚାଲିଛି କଳାହୀରା ଚୋରି

ଏସିଆର ସର୍ବ ବୃହତ ଓ ପୁରାତନ ଓ.ଏମ୍.ଏମ ପାଟମୁଣ୍ଡା ମାଙ୍ଗାନିଜ ଖଣି ୨୦୧୮ରୁ ବନ୍ଦ ପଡିଛି, କିନ୍ତୁ ଗଚ୍ଛିତ ମାଙ୍ଗାନିଜ ତଥା କଳାହୀରାକୁ ବେଧଡ଼କ ଲୁଟ କରୁଛନ୍ତି ଖଣି ମାଫିଆ ।

ଦିନ ଦିପହରେ ଚାଲିଛି କଳାହୀରା ଚୋରି

ଦିନ ଦିପହରେ ଚାଲିଛି କଳାହୀରା ଚୋରି Photograph: (KanakNews )

କନକ ବ୍ୟୁରୋ: ଲଘୁ ଖଣିଜ ସମ୍ପଦକୁ ନେଇ ବିଧାନସଭା କମ୍ପୁଥିବାବେଳେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଖଣି ଅଞ୍ଚଳରେ ଗ୍ରାଉଣ୍ଡଜିରୋରେ ସ୍ଥିତି ପରଖିଛି କକନ ନ୍ୟୁଜ୍ ଟିମ୍। ବିଧାନସଭା ଷ୍ଟାଣ୍ଡିଂ କମିଟି ଉଦବେଗ ପ୍ରକାଶ କରିଥିବାବେଳେ କୋଇଡାରେ କେମିତି ବହୁମୂଲ୍ୟ ଖଣିଜ ଲୁଟ ଚାଲିଛି, ସେନେଇ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ ଟିମ୍ ।

  • ମାଫିଆଙ୍କ ଭୂସ୍ୱର୍ଗ କୋଇଡ଼ା ଖଣି ଅଞ୍ଚଳ
  • ଦିନ ଦିପହରେ ଚାଲିଛି କଳାହୀରା ଚୋରି

ବିଧାନସଭାରେ ଲଘୁ ଖଣିଜକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଲଘୁ ଖଣିଜ କଥା ଛାଡନ୍ତୁ ରାଜ୍ୟରେ କେମିତି ଖଣିଜ ପଦାର୍ଥର ହରିଲୁଟ ହେଉଛି, ତାର ଖବର ଆସିଛି ସୁନ୍ଦରଗଡ ଜିଲ୍ଲା କୋଇଡା ଖଣି ଅଞ୍ଚଳରୁ। ଏସିଆର ସର୍ବବୃହତ ଓ ପୁରାତନ ଓ.ଏମ୍.ଏମ ପାଟମୁଣ୍ଡା ମାଙ୍ଗାନିଜ ଖଣି ୨୦୧୮ରୁ ବନ୍ଦ ପଡିଛି, କିନ୍ତୁ ଗଚ୍ଛିତ ମାଙ୍ଗାନିଜ ତଥା କଳାହୀରାକୁ ବେଧଡ଼କ ଲୁଟ କରୁଛନ୍ତି ଖଣି ମାଫିଆ । 

  • ପାଟମୁଣ୍ଡାର ପୋଡ଼ାଭାଗ୍ୟ 
  • ଖଣି ବନ୍ଦ ପରେ ଶ୍ରମିକ ହିନସ୍ତା 

୧ କ୍ୱିଣ୍ଟାଲ ମାଙ୍ଗାନିଜର ବଜାର ମୂଲ୍ୟ ୮୦ ହଜାରରୁ ୧ ଲକ୍ଷ ଟଙ୍କା। ପାଟମୁଣ୍ଡା ମାଙ୍ଗାନିଜ ଖଣିର ସୁରକ୍ଷା ଯାହାଙ୍କ ଦାୟିତ୍ୱ, ସେମାନେ ଆଖିବୁଜି ଦେଇଛନ୍ତି। ଯାହାର ଫାଇଦା ଉଠାଇ ଖଣି ମାଫିଆ ମାଲାମାଲ ହେଉଛନ୍ତି। ସରକାର ରାଜସ୍ୱ ହରାଉଛନ୍ତି। ୨୦୧୮ରେ ଖଣି ବନ୍ଦ ପରଠୁ ସ୍ଥାନୀୟ ବାସିନ୍ଦା ବେରୋଜଗାର। ଖଣି ଖନନ ପରେ ଚାଷବାସ ହେଉନି,ଅଞ୍ଚଳରେ କାମ ଧନ୍ଦା ବି ମିଳୁନି। ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଯାଉଛନ୍ତି । 

କୋଇଡ଼ା ଖଣି ଅଞ୍ଚଳରୁ ମାଙ୍ଗାନିଜର ଚୋରାଚାଲାଣ ରୋକିବାକୁ ଲୋକଙ୍କ ଅଭିଯୋଗ ସତ୍ତ୍ୱେ କାହିଁକି ପଦକ୍ଷେପ ନେଉନି ଖଣି ବିଭାଗ? ସେ ନେଇ ପ୍ରଶ୍ନ ଉଠିଛି। ମାଙ୍ଗାନିଜ୍ ଲୁଟ୍ ମାଫିଆଙ୍କ ଉପରେ ରହିଛି କି କାହା ଆଶୀର୍ବାଦ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe