କନକବ୍ୟୁରୋ : ଓମଫେଡ୍ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ଘୋଷଣା । ଫଳରେ ଲିଟର ପିଛା କ୍ଷୀର ଦାମ୍ ୫୨ ଟଙ୍କାରୁ ବଢି ୫୪ ଟଙ୍କା ହେଲା । ସେହିପରି ଦୁଗ୍ଧ ଚାଷୀଙ୍କୁ ଅଧିକ ୩ ଟଙ୍କା ଦେବେ ରାଜ୍ୟ ସରକାର । ଆଜିଠାରୁ ସରକାର ଗୋପାଳକଙ୍କୁ ଲିଟର ପିଛା ୩ ଟଙ୍କା ଅଧିକ ଦିଆଯିବ । ଖାଉଟି ମାନଙ୍କ ପାଇଁ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଥିବାବେଳେ ୨ ଟଙ୍କା ବହନ କରିବେ ରାଜ୍ୟ ସରକାର ।
ଦୁର୍ଘଟଣା ଜନିତ କାରଣରୁ କୃଷକଙ୍କ ମୃତ୍ୟୁ ଘଟିଲେ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ । ସରକାର ୧ ହଜାର ୪୨୩ କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ପ୍ରଚଳନ କରିଛନ୍ତି କାମଧେନୁ ଯୋଜନା । ୧୪ ଲକ୍ଷ ଗୋପାଳକଙ୍କୁ ଅଧିକ କିଭଳି ଦୁଗ୍ଧ ଉତ୍ପାଦନ ହୋଇପାରିବ ସେଥିପାଇଁ ଆମେ ସ୍ଵତନ୍ତ୍ର ଭାବେ ୭୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।