କନକ ବ୍ୟୁରୋ : ସରକାର ବଦଳିଲା ହେଲେ ବଦଳିଲାନି ରଙ୍ଗକୁ ନେଇ ରାଜନୀତି । ପୂର୍ବ ସରକାରରେ ଫାଇଭ-ଟି କୋଠାର ରଙ୍ଗକୁ ନେଇ ବିଜେପି ଆପତ୍ତି ଉଠାଉଥିଲା, କିନ୍ତୁ ନୂଆ ସରକାର ଆରମ୍ଭ ହେଉ ହେଉ ବଦଳିଲା ଲକ୍ଷ୍ମୀ ବସର ରଙ୍ଗ । ସବୁଜରୁ ବସ୍ ଗେରୁଆ ହେଲା । ଏବେ ସ୍ଥିତି ଏମିତି ଯେ ଘରେ ଘରେ ପଶିଲାଣି ସରକାରଙ୍କ ରଙ୍ଗ ରାଜନୀତି । ଗେରୁଆ ରଙ୍ଗର କ୍ଷୀର ପ୍ୟାକେଟକୁ ଘରେ ପଠାଇ ସରକାର ରଙ୍ଗ ରାଜନୀତି କରୁଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । କଟାକ୍ଷ କରି ବିଜେଡି କହିଛି, ଏହା କେବଳ ରଙ୍ଗ ପରବର୍ତ୍ତନକାରୀ ସରକାର । ଜବାବ ଦେଇ ପଶୁ ସଂପଦ ବିଭାଗ ମନ୍ତ୍ରୀ କହିଛନ୍ତି, ରଙ୍ଗ ପରିବର୍ତ୍ତନ ପ୍ରକୃତିର ନିୟମ ।

Advertisment

ଲୋକସେବା ଭବନରେ ଆୟୋଜିତ ମୌସୁମୀ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓମଫେଡ ଗୋଲ୍ଡପ୍ଲସ କ୍ଷୀର ପ୍ୟାକେଟର ଶୁଭାରମ୍ଭ କରିଛନ୍ତି। ଯେଉଁଥିରେ ୪.୫ ପ୍ରତିଶତର ଫ୍ୟାଟ ରହିଛି, ଏହା ସୁସ୍ବାଦୁ ଓ ସ୍ବାସ୍ଥ୍ୟ ପାଇଁ ହିତକର ବୋଲି କୁହାଯାଉଛି । ଅଧା ଲିଟର କ୍ଷୀର ପ୍ୟାକେଟର ଦାମ ୨୮ ଟଙ୍କା। ପୂର୍ବରୁ ଏହି କ୍ଷୀର ପ୍ୟାକେଟ ଗୋଲାପୀ ଓ ନୀଳ ରଙ୍ଗରେ ମିଳୁଥିଲା । ଏବେ ଓମଫେଡ ଚାହିଦାକୁ ଆଖିରେ ରଖି ଗେରୁଆ ରଙ୍ଗରେ ଗୋଲ୍ଡପ୍ଲସ କ୍ଷୀର ପ୍ୟାକେଟର ବଜାର ପ୍ରବେଶ କରାଇଛି ।

 

ଓଡ଼ିଶାରେ ରଙ୍ଗକୁ ନେଇ ରାଜନୀତିର ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି । କିଛି ବର୍ଷ ହେଲା ରଙ୍ଗକୁ ନେଇ ରାଜନୀତିର ଧ୍ରୁବୀକରଣ ପାଇଁ ଉଦ୍ୟମ ହେଉଛି ।