କନକବ୍ୟୁରୋ : ଉନ୍ନତ ଗୁଣବତ୍ତା  ଓ ଆନ୍ତର୍ଜାତୀୟ ମାନକୁ ପାଳନ କରିବାରେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବାରୁ ଓଡ଼ିଶା ଖଣି ନିଗମ (ଓଏମସ) ର ଦୈତାରୀ ଲୌହ ଖଣି ଓ କୋଜିଙ୍ଗାମାଳି ବକ୍ସାଇଟ୍ ଖଣିକୁ ଭାରତ ସରକାରଳ ଅନୁମୋଦିତ ଇଣ୍ଡିଆନ ବ୍ୟୁରୋ ଅଫ୍ ମାଈକ୍ସ୍ (ଆଇବିଏମ) ଦ୍ବାରା ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ପାଞ୍ଚ ତାରକା ମୂଲ୍ୟାଙ୍କନ ପ୍ରଦାନ କରାଯାଇଛି  ।

Advertisment

IMG_20250708_193118
Photograph: (kanaknews)

୨୦୨୫ ମସିହା ଜୁଲାଇ ୭ ତାରିଖରେ ରାଜସ୍ଥାନ ସ୍ଥିତି ଜୟପୁର ସହରରେ ଆୟୋଜିତ ଆଇବିଏମର ବାର୍ଷିକ ସମାରୋହରେ, ଭାରତ ସରକାରଙ୍କ ମାନ୍ୟବର କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଜି. କିଶନ ରେବୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି  । ଓଏମସି ଉନ୍ନତମାନର ଖଣି ଖଳକ ତଥା ପରିବେଶ ସଂରକ୍ଷଣ ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି । ବୈଚାରୀ ଏବଂ କୋଡିଙ୍ଗାମାଳି ଖଣି ସେମାନଙ୍କର ସୁ-ବ୍ୟବସ୍ଥିତ ଖଣି ଯୋଜନା, ପ୍ରଭାବଶାଳୀ ପରିବେଶ ସୁରକ୍ଷା ପ୍ରତି ଦୃଢ଼ ପଦକ୍ଷେପ ଏବଂ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ସମ୍ପ୍ରଦାୟର ବିକାଶରେ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଛନ୍ତି  ।  ଏଥିସହିତ ପରିବେଶଗତ ପ୍ରଭାବକୁ ସର୍ବନିମ୍ନ କରିବା ପାଇଁ ଅନ୍ତର୍ଜାତୀୟ ସର୍ବୋତ୍ତମ ଅଭ୍ୟାସଗୁଡିକୁ ମଧ୍ୟ ଗ୍ରହଣ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଦ୍ବାରା ପ୍ରତିଷ୍ଠିତ ଏହି ପଞ୍ଚ ତାରକା ମୂଲ୍ୟାଙ୍କନ ପୁରସ୍କାର, ଆଇବିଏମ ଷ୍ଟାର ମୂଲ୍ୟାଙ୍କନ ଅଧୀନରେ ଦିଆଯାଉଥ‌ିବା ସର୍ବୋଚ୍ଚ ସମ୍ମାନ । ଏହି ପୁରସ୍କାର, ବୈଜ୍ଞାନିକ ଓ ଦାୟିତ୍ବପୂର୍ଣ୍ଣ ଖଣିଚାଳନ ପଦ୍ଧତି ଅବଲମ୍ବନ କରି ଉତ୍ପାଦନ କାର୍ଯ୍ୟ ବୃଦ୍ଧି, ପରିବେଶ ସଂରକ୍ଷଣ, ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ, ତଥା ଖଣି ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଉନ୍ନତିରେ ସକ୍ରିୟ ଭୂମିକା ନିର୍ବାହ କରିଥିବା ଖଣି ଗୁଡ଼ିକୁ ଦିଆଯାଏ ।

ଆଗାମୀ ସମୟରେ କମ୍ପାନୀର ଅନ୍ୟାନ୍ୟ ଖଣିଗୁଡିକ ମଧ୍ୟ ସମାନ ସଫଳତା ହାସଲ କରିବେ ବୋଲି ଓଏମସି ନିଜର ଦୃଢ଼ତା ପ୍ରକାଶ କରିଅଛି  ।  ନିଗମ ନିଜର ଖଣି ଗୁଡ଼ିକରେ ବୈଜ୍ଞାନିକ ଓ ପଦ୍ଧତିଗତ ଖଣି କାର୍ଯ୍ୟଶୈଳୀ ଅବଲମ୍ବନ, ସ୍ଥାନୀୟ ସମ୍ପ୍ରଦାୟର ବିକାଶ ଏବଂ ସାମାଜିକ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରି, ଦେଶରେ ସର୍ବଶ୍ରେଷ୍ଠ ଶିଳ୍ପ ମାନଦଣ୍ଡ ସ୍ଥାପନ କରିବା ସହ ଓଡ଼ିଶାକୁ ଶିଳ୍ପାୟନ ଦ୍ବାରା ପ୍ରଗତି ପଥରେ ଅଗ୍ରସର କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଅଛି ।

IMG-20250707-WA0056
Photograph: (kanaknews)