କନକ ବ୍ୟୁରୋ : ଓଡ଼ିଶା ଖଣି ନିଗମ (ଓଏମସି) ପକ୍ଷରୁ ନିଜର ବିଭିନ୍ନ ଖଣି ଅଞ୍ଚଳରେ ବନମହୋତ୍ସବ ସପ୍ତାହ ୨୦୨୫ ଉତ୍ସାହର ସହିତ ପାଳନ ହୋଇଯାଇଅଛି । ନୂତନ ଜଙ୍ଗଲ ସୃଷ୍ଟି, ବନୀକରଣ ଓ ପରିବେଶ ସୁରକ୍ଷା ପ୍ରତି ଓଏମସିର ଦୃଢ଼ ପ୍ରତିବଦ୍ଧତା ଅନୁଯାୟୀ, ନିଗମର ବହୁ ସଂଖ୍ୟକ କର୍ମଚାରୀ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ।
ଓଏମସି ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ଉଦ୍ୟମ ଗ୍ରହଣ କରିଛି । ବର୍ଷା ଜଳ ସଂରକ୍ଷଣ, ମୃତ୍ତିକା ସଂରକ୍ଷଣ, ଜୈବ ବିବିଧତାର ସୁରକ୍ଷା ଓ ଖଣି ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଜନସଚେତନତା ବୃଦ୍ଧି କରିବାକୁ ନିୟମିତ ଅଭିଯାନ ଜାରି ରଖିଛି । ଏଥିସହିତ, ଅସମୟରେ ଜଙ୍ଗଲ ନିଆଁ ବା ଅଗ୍ନିକାଣ୍ଡ କୁ ରୋକିବା ପାଇଁ ସ୍ଥାନୀୟ ଲୋକଙ୍କ ସହ ଅନେକ ସମୟରେ ସଚେତନତା କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜନ କରିଆସୁଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/08/capture-2025-07-08-17-50-39.jpg)