କନକ ବ୍ୟୁରୋ: ଆଜି ଶପଥ୍ ନେବେ ଜାମ୍ମୁ-କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ନୂଆ ସରକାର ଚଳାଇବେ ନ୍ୟାସନାଲ କନଫେରେନ୍ସ ଓ ଇଣ୍ଡି ମେଣ୍ଟ । କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ପରେ ପ୍ରଥମ ମୁଖ୍ୟମନ୍ତ୍ରୀ ହେବେ ଓମାର । 

Advertisment

ଧାରା ୩୭୦ ହଟିବା ପରେ ଜାମ୍ମୁ କାଶ୍ମୀର ହୋଇଥିବା ବିଧାନସଭା ନିର୍ବାଚନରେ ଏନସି ଓ ଇଣ୍ଡି ମେଣ୍ଟ ବିଜୟୀ ହୋଇଛି । ଓମାରଙ୍କ ସହ ଆଉ କିଛି ମନ୍ତ୍ରୀ ଆଜି ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଜାମ୍ମୁ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା ଓମାରଙ୍କୁ ସକାଳ ୧୧ ୩୦ ମିନିଟରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ରାହୁଲ ଗାନ୍ଧୀ, ମଲ୍ଲିକାଜୁର୍ନ ଖଡଗେ, ମମତା ବାନାର୍ଜୀ, ଶରଦ ପାୱାରଙ୍କ ସମେତ ଇଣ୍ଡି ମେଣ୍ଟର ନେତାମାନେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଚଳିତ ନିର୍ବାଚନରେ ୯୦ ଆସନରୁ ନ୍ୟାସନାଲ କନଫେରେନ୍ସ ଏକାକି ୪୨ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୬ ଟି ଆସନରେ ବାଜିମାତ କରିଛି। ଏଥିସହ ଅଧିକାଂଶ ସ୍ୱାଧୀନ ବିଧାୟକ ଏବଂ ଆପ ବିଧାୟକ ମଧ୍ୟ ନୂଆ ସରକାରକୁ ସମର୍ଥନ ଜଣାଇଛନ୍ତି।