ସରକାର ଗଢ଼ିବେ ନ୍ୟାଶନାଲ କନ୍‌ଫରେନ୍ସ ଏବଂ କଂଗ୍ରେସ । ସରକାର ଗଠନ ପାଇଁ ଦାବି କରିବେ ଓମାର ଅବଦୁଲ୍ଲା ।

ଜମ୍ମୁ କାଶ୍ମୀରରେ ସରକାର ଗଠନ କସରତ । ଆଜି ଉପରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ପାଇଁ ଦାବି ଜଣାଇବେ ଓମାର ଅବଦୁଲ୍ଲା । କାଲି ବିଧାୟକ ଦଳ ନେତା ମନୋନୀତ ହୋଇଥିଲେ ଓମାର ।

13୍ି୍ି୍

କନକ ବ୍ୟୁରୋ: ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଜିତିବା ପରେ ସରକାର ଗଢିବେ ଓମାର ଅବଦୁଲ୍ଲା । ଏଥିପାଇଁ ଆଜି ଉପରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିପାରନ୍ତି ନ୍ୟାସନଲ କଲଫରେନ୍ସ ମୁଖ୍ୟ ଓମାର ଅବଦୁଲ୍ଲା । ଦଳ କହିଛି କଶ୍ମୀରରେ ନ୍ୟାଶନାଲ କନ୍‌ଫରେନ୍ସ ଏବଂ କଂଗ୍ରେସର ମେଣ୍ଟ ସରକାର ଶପଥ ନେବା ପରେ ପ୍ରଥମ କ୍ୟାବିନେଟ୍‌ରେ ଅନୁଚ୍ଛେଦ ୩୭୦ ଉପରେ ସଂକଳ୍ପନାମା ପାରିତ କରାଯିବ । ବିଧାନସଭା ନିର୍ବାଚନ ଫଳ ଏନ୍‌ସି-କଂଗ୍ରେସ ମେଣ୍ଟ ସପକ୍ଷରେ ଯାଇଛି । କାଶ୍ମୀରବାସୀ ଓମାର ଅବ୍‌ଦୁଲ୍ଲାଙ୍କ ଏନ୍‌ସିକୁ ୪୨ ଓ ସହଯୋଗୀ କଂଗ୍ରେସକୁ ୬ ଆସନରେ ବିଜୟୀ କରାଇଛନ୍ତି । ସହିପରି ଗତକାଲି ନ୍ୟାସନାଲ୍‌ କନଫରେନ୍ସ୍‌ ବିଧାୟକ ଦଳ ବୈଠକରେ ଓମାର ଅବଦୁଲ୍ଲା ସର୍ବସମ୍ମତି କ୍ରମେ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe