ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମାର ଅବଦୁଲ୍ଲା । ବିଜେପି ରାଜ୍ୟ ସଭାପତିଙ୍କ ହରାଇଥିବା ସୁରେନ୍ଦ୍ର ସିଂ ହେବେ ଉପମୁଖ୍ୟମନ୍ତ୍ରୀ

ଏହି ଶପଥଗ୍ରହଣ ସମାରୋହ ଶେର-ଏ କାଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରରେ ଅନୁଷ୍ଠିତ ହୋଇଛି । ଓମାର ଅବଦୁଲ୍ଲାଙ୍କ ସହ ମନ୍ତ୍ରୀଭାବେ ସତୀଶ ଶର୍ମା, ସକିନା ଇଟ୍ଟୁ, ଜାଭେଦ ଡାର, ସୁରିନ୍ଦର ସିଂ ଚୌଧୁରୀ, ଜାଭେଦ ରାଣା ଓ ଜାଭେଦ ଡାର ଶପଥ ନେଇଛନ୍ତି । 

tghrtrgt5

କନକ ବ୍ୟୁରୋ : ଦୀର୍ଘ ୧୦ ବର୍ଷ ପରେ ଜାମ୍ମୁକାଶ୍ମୀରରେ ସରକାର ଗଠନ ହୋଇଛି । ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାଙ୍କ ଶପଥଗ୍ରହଣ ସମାରୋହରେ ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଯୋଗ ଦେଇଥିବାର ଦେଖିବାକୁ ମିିଳିଛି । ଏହି ଶପଥଗ୍ରହଣ ସମାରୋହ ଶେର-ଏ କାଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରରେ ଅନୁଷ୍ଠିତ ହୋଇଛି । ଓମାର ଅବଦୁଲ୍ଲାଙ୍କ ସହ ମନ୍ତ୍ରୀଭାବେ ସତୀଶ ଶର୍ମା, ସକିନା ଇଟ୍ଟୁ, ଜାଭେଦ ଡାର, ସୁରିନ୍ଦର ସିଂ ଚୌଧୁରୀ, ଜାଭେଦ ରାଣା ଓ ଜାଭେଦ ଡାର ଶପଥ ନେଇଛନ୍ତି । 

ସୂଚନା ଥାଉକି ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ, କଂଗ୍ରେସ ଓ ବାମଦଳ ମିଳିତ ଭାବେ ନିର୍ବାଚନ ଲଢିଥିଲେ । ୯୦ ଆସନ ବିଶିଷ୍ଠ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ୪୯ ଟି ଆସନ ମିଳିଥିବା ବେଳେ ବିଜେପିକୁ ୨୯ ଟି ଆସନ ମିଳିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe