କନକ ବ୍ୟୁରୋ : କ୍ରିକେଟ ଜଗତ ପାଇଁ ଖରାପ ଖବର । ୨୦୨୪ ଟି-୨୦ ବିଶ୍ୱକପରେ ଭାଗ ନେଇଥିବା ଓମାନ କ୍ରିକେଟ ଦଳର ଖେଳାଳିମାନେ ସେମାନଙ୍କ ଜାତୀୟ କ୍ରିକେଟ ବୋର୍ଡ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ବିଶ୍ୱକପରେ ସେମାନେ ଅର୍ଜନ କରିଥିବା ପୁରସ୍କାର ଟଙ୍କା , ପ୍ରାୟ ୨୨୫ହଜାର ଡଲାର , ଏପର୍ଯ୍ୟନ୍ତ ଖେଳାଳିମାନଙ୍କୁ ପ୍ରଦାନ କରିନାହିଁ ବୋର୍ଡ । ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍ ବା ଆଇସିସି ଏହି ଟଙ୍କା ଓମାନ କ୍ରିକେଟ ବୋର୍ଡକୁ ପଠାଇଥିବା ସୂଚନା ମିଳିଛି । କିନ୍ତୁ ଖେଳାଳିମାନେ ଏହାର ଏକ ପଇସା ବି ପାଇନାହାନ୍ତି । ଏହି ଅନ୍ୟାୟ ବିରୁଦ୍ଧରେ ଖେଳାଳିମାନେ ଆଇସିସି ନିକଟରେ ଅଭିଯୋଗ କରିଛନ୍ତି । ୨୦୨୪ ଜୁନରେ ଉତ୍ତର ଆମେରିକା ଓ କାରିବିଆନରେ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ଓମାନ ତୃତୀୟ ଥର ପାଇଁ ଭାଗ ନେଇଥିଲା । କିନ୍ତୁ ପୁରସ୍କାର ଟଙ୍କା ନ ମିଳିବା ସହ, ଏହି ଅଭିଯୋଗ ଉଠାଇଥିବା ଅନେକ ଖେଳାଳିଙ୍କୁ ଦଳରୁ ବାହାର କରାଯାଇଛି ଏବଂ ସେମାନଙ୍କ ଚୁକ୍ତି ରଦ୍ଦ କରାଯାଇଛି ।
କ୍ରିକେଟ ଜଗତରୁ ଆସିଲା ଠକାମିର ଖବର ; ଖେଳାଳିଙ୍କୁ ପାରିଶ୍ରମିକ ଦେଉନି ଓମାନ କ୍ରିକେଟ ବୋର୍ଡ
ବିଶ୍ୱକପରେ ସେମାନେ ଅର୍ଜନ କରିଥିବା ପୁରସ୍କାର ଟଙ୍କା , ପ୍ରାୟ ୨୨୫ହଜାର ଡଲାର , ଏପର୍ଯ୍ୟନ୍ତ ଖେଳାଳିମାନଙ୍କୁ ପ୍ରଦାନ କରିନାହିଁ ବୋର୍ଡ । ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍ ବା ଆଇସିସି ଏହି ଟଙ୍କା ଓମାନ କ୍ରିକେଟ ବୋର୍ଡକୁ ପଠାଇଥିବା ସୂଚନା ମିଳିଛି ।
/kanak/media/media_files/2025/06/07/gy0GtwjMCnJuhiT7jlKm.jpg)