ଦଶହରାରେ ଆସୁଛି ଓଲିଉଡ ସିନେମା 'କର୍ମା' ; ଦୀର୍ଘ ୬ ବର୍ଷ ପରେ ବଡ଼ପରଦାରେ ନଜର ଆସିବେ ସୁପରଷ୍ଟାର ଅନୁଭବ ମହାନ୍ତି

ଦଶହରାରେ ଆସୁଛି ଓଲିଉଡ ସିନେମା କର୍ମା ; ଦୀର୍ଘ ୬ ବର୍ଷ ପରେ ବଡ଼ପରଦାରେ ନଜର ଆସିବେ ସୁପରଷ୍ଟାର ଅନୁଭବ ମହାନ୍ତି ।ଦର୍ଶକଙ୍କ ମନ ଜିଣୁଛି ଫିଲ୍ମର ଚିରିଙ୍ଗ ଚିରିଙ୍ଗ ଗୀତ ।

film-

କନକ ବ୍ୟୁରୋ: ଦଶହରା ପାଇଁ ଅଣ୍ଟା ଭିଡୁଛି ସିନେମା ବଜାର, ଏହା ଭିତରେ ଓଡ଼ିଆ ସିନେମା 'କର୍ମ' ତାର ପ୍ରମୋସନ ଜୋରସୋରରେ ଆରମ୍ଭ କରିସାରିଛି। ଦଶହରା ପୂଜାରେ ଚଳିତ ଥର ଦୀର୍ଘ ୬ବର୍ଷ ପରେ ପୁଣି ଅନୁଭବ ମହାନ୍ତିଙ୍କୁ ପରଦାରେ ଦେଖିବାକୁ ସୁଯୋଗ ପାଇବେ ଦର୍ଶକ। 

ଏହି ଅପେକ୍ଷା ଭିତରେ ଏବେ ସିନେମାର ଗୀତ ଚିରିଙ୍ଗ ଚିରିଙ୍ଗ ସାଉଁଟି ଚାଲିଛି ଭରପୁର ଭଲପାଇବା। ପ୍ରଯୋଜନା ସଂସ୍ଥା ପକ୍ଷରୁ ଏକ ପ୍ରମୋସନଲ ଇଭେଣ୍ଟ ଅନୁଷ୍ଠିତ ହୋଇଛି । ସହ ପ୍ରଯୋଜକ ବର୍ଷା ପଟ୍ଟନାୟକଙ୍କ ସମେତ ଅଭିନେତା ଅନୁଭବ ମହାନ୍ତି, ଅଭିନେତା ନିଶାନ୍ତ ମାଜିଥିଆ, ସାନୋଜ ଓ ଅଭିନେତ୍ରୀ ଦିବ୍ୟା ପ୍ରମୁଖ ଏକ ଗୋଲଟେବୁଲ ବୈଠକରେ ଫିଲ୍ମ ସମ୍ବନ୍ଧରେ ବିଭିନ୍ନ ଆଲୋଚନା କରିଥିଲେ । ଆଗକୁ ପୂଜା ବଜାରରେ କର୍ମର ଗୀତ ଗୁଡିକ ଦର୍ଶକ ପ୍ରତି ଭସାଣୀରେ ନାଚ କରିବା ସାଙ୍ଗକୁ ଗୁଣୁଗୁଣୁ ହେବେ ଏବଂ ତାହା ହିଁ ସିନେମାର ବଡ଼ ଉପଲବ୍ଧି ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe