ବିଦ୍ୟୁତ ଚୋରି ଅଭିଯୋଗରେ ବୃଦ୍ଧଙ୍କୁ ନିସ୍ତୁକ ମାଡ ମାରିଲେ ଟାଟା ପାୱାର କର୍ମଚାରୀ ; ଭାଇରାଲ ହେଲା ଭିଡିଓ

ବିଦ୍ୟୁତ ଚୋରି ଅଭିଯୋଗରେ ବୃଦ୍ଧଙ୍କୁ ନିସ୍ତୁକ ମାଡ । ବାଲେଶ୍ୱର ଶେକସରାଇ ଗାଁର ସୁବଳ ଚନ୍ଦ୍ର ସାହୁ ବିଦ୍ୟୁତ ଚୋରି କରିଥିବା ଅଭିଯୋଗ । କଏଦ ହେଲା ମାଡ଼ ମାରୁଥିବା ସମୟର ଦୃଶ୍ୟ । ସଂଯୋଗ କାଟିବା ପାଇଁ ଯାଇଥିବା ବେଳେ ପ୍ରତିବାଦ କରିବାକୁ ମାଡ଼ ମାରିଲେ ବିଦ୍ୟୁତ କର୍ମଚାରୀ ।

1mada

କନକ ବ୍ୟୁରୋ: ବିଦ୍ୟୁତ ଚୋରି ଅଭିଯୋଗରେ ବୃଦ୍ଧଙ୍କୁ ନିସ୍ତୁକ ମାଡ ମାରିଲେ ଟାଟା ପାୱାର କର୍ମଚାରୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଶେକସରାଇ ଗାଁର ସୁବଳ ଚନ୍ଦ୍ର ସାହୁଙ୍କୁ ବିଦ୍ୟୁତ ଚୋରି କରୁଥିବା ଅଭିଯୋଗରେ ମାଡ଼ । ମାଡ଼ ମାରୁଥିବା ସମୟର ଭିଜୁଆଲ ଏବେ ଭାଇରାଲ  ହେବାରେ ଲାଗିଛି । ଆଇନକୁ ହାତକୁ ନେଇ ବିଦ୍ୟୁତ ବିଭାଗ କର୍ମଚାରୀ କିଭଳି ଜଣେ ଉପଭୋକ୍ତାଙ୍କୁ ମାଡ଼ ମାରିଲେ ତୋହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ବିଦ୍ୟୁତ ଚୋରି ଅଭିଯୋଗରେ ବୃଦ୍ଧଙ୍କ ଘରୁ ସଂଯୋଗ କାଟିବା ପାଇଁ ଯାଇଥିଲେ ଟାଟା ପାୱାର କର୍ମଚାରୀ । ପ୍ରତିବାଦ କରିବାରୁ ତାଙ୍କୁ ପ୍ରବଳ ମାଡ଼ ମାରିଥିବା ନେଇ ଅଭିଯୋଗ ଆସିଛି।  ବୃଦ୍ଧଙ୍କ ହାତରେ ଆଘାତ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe